ଜୋର ଧରିଲା ହାଇକୋର୍ଟର ସ୍ଥାୟୀ ବେଂଚ୍ ସ୍ଥାପନ ଦାବି ! ଆଜିଠୁ ୬ ଦିନ ଧରି ପଶ୍ଚିମ ଓଡିଶା ବନ୍ଦ

36

କନକ ବ୍ୟୁରୋ: ଜୋର ଧରିଲା ହାଇକୋର୍ଟର ସ୍ଥାୟୀ ବେଂଚ୍ ସ୍ଥାପନ ଦାବି । ପଶ୍ଚିମ ଓଡିଶାରେ ବନ୍ଦ ପାଳନ । ଆଜିଠୁ ୬ ଦିନ ଧରି ବନ୍ଦ ରହିବ ପଶ୍ଚିମ ଓଡିଶା । ମିଳିତ କ୍ରିୟାନୁଷ୍ଠାନ କମିଟି ଚେତାବନୀ ସପ୍ତାହ ପାଳନ କରୁଥିବାରୁ ଆଜିଠୁ ୬ ଦିନ ଧରି ପଶ୍ଚିମ ଓଡିଶାରେ ବନ୍ଦ ପାଳନ ପାଇଁ ନିଷ୍ପତି ନିଆଯାଇଛି । ୬ ଦିନ ବ୍ୟାପୀ ସମସ୍ତ ସରକାରୀ ଅନୁଷ୍ଠାନ ବନ୍ଦ ରଖାଯିବ । ତେବେ ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟ ସେବାକୁ ବନ୍ଦରୁ ବାଦ ଦିଆଯିବ ବୋଲି ସୂଚନା ମିଳିଛି ।

ଉଲ୍ଲେଖ ଥାଉ କି, ଆଜିଠାରୁ ୬ ଦିନିଆ ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ। ସଂଘର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି ଯେ- ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ କୌଣସି କୋର୍ଟ ଖୋଲା ରହିବ ନାହିଁ । ଏହି ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ ଅଫିସ୍ ମଧ୍ୟ ବନ୍ଦ ରଖାଯିବ । ଏହା ସହିତ ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ବନ୍ଦ ରହିବ। ତେବେ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ବ୍ୟାବସାୟିକ ପ୍ରତିଷ୍ଠାନକୁ ବନ୍ଦରୁ ବାଦ୍ ଦିଆଯାଇଛି । ଏହା ସହିତ ଯାନ ବାହନ ଚଳାଚଳ ମଧ୍ୟ ସ୍ୱାଭାବିକ ରହିବ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛି ।