କେବିସି ହଟ୍ ସିଟରେ ଭାରତୀୟ ମହିଳା କ୍ରିକେଟ୍ ଦଳ ! ଜାଣନ୍ତୁ କେତେ ଟଙ୍କା ଜିତିଲେ ଦେଶର ଝିଅ

67

କନକ ବ୍ୟୁରୋ : ନିଜର ଖେଳ ବଳରେ ପୁରା ଦୁନିଆରେ ଛାପ ଛାଡିଥିିବା ଭାରତୀୟ ମହିଳା କ୍ରିକେଟ ଦଳ ଲୋକପ୍ରିୟ ଟିଭି ରିୟଲିଟି ଶୋ କୌନ ବନେଗା କରୋଡପତି ଜରିଆରେ ପୁଣି ସମସ୍ତଙ୍କ ଭିତରେ ପ୍ରଭାବ ବିସ୍ତାର କରିବାକୁ ପ୍ରସ୍ତୁତ । କ୍ୟାପଟେନ୍ ମିତାଲି ରାଜ୍ ଓ ୬ ଜଣ କ୍ରିକେଟର୍ କେବିସିର ଆଗାମୀ ସିଜିନରେ ହୋଇଥିଲେ ସାମିଲ । ଏହି ସାତ ଖେଳାଳି କେବିସିର ସେଲିବ୍ରିଟି ଏପିସୋଡରେ ସାମିଲ ହୋଇ ୬ ଲକ୍ଷ ୪୦ ହଜାର ଟଙ୍କା ଜିତିବାକୁ ସକ୍ଷମ ହୋଇଥିଲେ । ସୂଚନା ଅନୁସାରେ ଜିତିଥିବା ଏହି ଅର୍ଥରାଶି ହାଇଦ୍ରାବଦର ସାମାଜିକ ସଂସ୍ଥା ପ୍ରୟାସକୁ ଦିଆଯିବ ।

ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ବିରୋଧରେ ଏହି ସଂସ୍ଥା କାର୍ଯ୍ୟ କରୁଛି । ଯାହାର ବ୍ରାଣ୍ଡ ଆମ୍ବସଡର ହେଉଛନ୍ତି ମିଥାଲି ରାଜ୍ । ଆଉ ଏଥିରେ ସହଯୋଗ କରିବାକୁ ମହିଳା କ୍ରିିକେଟ ଦଳ କେବିସିକୁ ମାଧ୍ୟମ କରିଥିଲେ । ଯେତେବେଳେ ପ୍ରୟାସକୁ ଆର୍ଥି ଦୃଷ୍ଟିକୋଣରୁ ମଜଭୁତ କରିବାର କଥା ଆସିଲା ସେତେବେଳେ ମିତାଲି ରାଜ ଅଂଟା ଭିଡିଲେ ଏବଂ ଅନ୍ୟ ୬ ସାଥୀ ଖେଳାଳି ମିତାଲିଙ୍କ ସାଥ ଦେବାକୁ ଆଗେଇ ଆସିଲେ । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବଲିଉଡର ସେହେନଶା ଅମିତାଭ ବଚ୍ଚନ ମହିଳା କ୍ରିକେଟ ଦଳର ଜବରଦସ୍ତ ଫ୍ୟାନ୍ । ତେଣୁ ସେଲିବ୍ରିଟି ରାଉଣ୍ଡରେ ମିତାଲି ଓ ତାଙ୍କ ଟିମକୁ ଖେଳିବାକୁ ସୁଯୋଗ ମିଳିଥିଲା ।

ଅମିତାଭ ବଚ୍ଚନ ଯେବେ କେବିସିର ଅଗାମୀ ସିଜିନ ପାଇଁ ସୁଟିଂ ଆରମ୍ଭ କଲେ ତାର ଠିକ ପରଦିନ ମହିଳା କ୍ରିକେଟ ଦଳକୁ ସୁଟିଂ ଡପାଇଁ ଡକାଗଲା । ମିତାଲିଙ୍କ ସହ ହରମନପ୍ରୀତ କୈାର୍, ବେଦା କୃଷ୍ଣାମୃର୍ତ୍ତି, ସ୍ମୃତି ମନ୍ଧାନା, ପୁନମ୍ ରାଉତ୍, ଝୁଲଣ ଗୋସ୍ୱାମୀ, ଦୀପ୍ତି ଶର୍ମା ପ୍ରମୁଖ ସହ ସାମିଲ ହୋଇଥିଲେ । ଏହି ଟିମ୍ ଖେଳିବା ଆଗରୁ ବିହାରର ନେହା ଶର୍ମା ହଟ ସିଟରେ ବସି ୨୫ ଲକ୍ଷ ଟଙ୍କ ଜିତି ସାରିଥିଲେ । ଅମିତାଭ ବଚ୍ଚନ ପ୍ରଥମେ ମହିଳା କ୍ରିକେଟ ଦଳର ପ୍ରଶଂସା କରିବା ସହ ସମସ୍ତଙ୍କ ପରିଚୟ କରାଇଥିଲେ । ଏହାପରେ ଦୁଇ ଦୁଇଟି ଟିମରେ ଏହି ସାତ ଜଣ ଖେଳାଳୀଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା । ଶେଷ ଖେଳାଳି ସହ ମିତାଲି ପୁଣି ଥରେ ଖେଳିଥିଲେ । ଆସନ୍ତା ମାସରେ କେବିସିର ଏହି ସେଲିବ୍ରିଟି ଏପିସୋଡ ପ୍ରସାରିତ ହେବ ।

ମହିଳା ବିଶ୍ୱକପରେ ମିତାଲିଙ୍କ ଦଳ ଜବରଦସ୍ତ ପ୍ରଦର୍ଶନ କରିବା ସହ ଫାଇନାଲରେ ପହଂଚିଥିଲେ । ତେବେ ଇଂଲଣ୍ଡ ଠାରୁ ଫାଇନାଲରେ ପରାଜିତ ହୋଇଥିଲେ । ତେବେ ମହିଳା କ୍ରିକେଟ ଦଳର ପଦର୍ଶନ ସମସ୍ତଙ୍କ ହୃଦୟକୁ ଛୁଇଁଯାଇଥିଲା ।