ଆଜି ପାକିସ୍ତାନ ବାଛିବ ମଧ୍ୟବର୍ତ୍ତିକାଳୀନ ପ୍ରଧାନମନ୍ତ୍ରୀ ! ସଂଖ୍ୟା ଦୃଷ୍ଟିରୁ ସହଜ ସ୍ଥିତିରେ ସରିଫଙ୍କ ଅନୁଗତ ସାହିଦ ଖାକନ ଆବାସ

35

କନକ ବ୍ୟୁରୋ: ପାକିସ୍ତାନ ସଂସଦ ଆଜି ତାର ମଧ୍ୟବର୍ତ୍ତିକାଳୀନ ପ୍ରଧାନମନ୍ତ୍ରୀ ଚୟନ କରିବ । ଦୌଡ଼ରେ ୬ଜଣ ପ୍ରାର୍ଥୀ ଥିବାବେଳେ, ୩୪୨ ଆସନ ବିଶିଷ୍ଟ ନିମ୍ନ ସଦନରେ ବହୁମତ ପାଇଁ ୧୭୨ ଭୋଟ୍ ଆବଶ୍ୟକ ରହିଛି । ବିଦାୟୀ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ପିଏମଏଲ-ଏନ୍ ପ୍ରାର୍ଥୀ ସାହିଦ ଖାକନ ଆବାସିଙ୍କ ବିଜୟ ସୁନିଶ୍ଚିତ ଥିବାବେଳେ ବିରୋଧୀ ଦଳଗୁଡିକ ଅନ୍ୟ ୫ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛନ୍ତି ।

ପିଏମଏଲ-ଏନ୍ ଓ ଏହାର ମେଂଟ ସହଯୋଗୀଙ୍କ ପାଖରେ ୨୦୯ ସଦସ୍ୟ ଅଛନ୍ତି । ତେଣୁ ଆବାସି, ବିଦାୟୀ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ବାକି ସମୟକାଳ ସରକାରର ନେତୃତ୍ୱ ନେବେ । ଏପରିକି ସରିଫଙ୍କ ଭାଇ ସେହବାଜ ସଂସଦକୁ ନିର୍ବାଚିତ ହୋଇ ଆସିବା ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ । ପାନାମା ପେପର୍ସ ମାମଲାରେ ନୱାଜ୍ ସରିଫଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ତେଣୁ ସେଠାକାର ସମ୍ବିଧାନ ଅନୁଯାୟୀ, ସଂସଦର ନିମ୍ନ ସଦନ ଜଣେ ମଧ୍ୟବର୍ତିକାଳୀନ ପ୍ରଧାନମନ୍ତ୍ରୀ ଚୟନ କରିବ ।