ଘରେ ବସି ଅର୍ଥ କମେଇବାକୁ ଚାହୁଁଛନ୍ତି କି ? ସ୍ମାର୍ଟଫୋନରେ ରଖନ୍ତୁ ଏହି ୫ଟି ଆପ୍ , ପ୍ରତି ମାସରେ ୩୦-୫୦ ହଜାର ଟଙ୍କା ପାଇ ପାରିବେ

104

ଭାରତରେ ସ୍ମାର୍ଟଫୋନର ବଜାର ଦୃତ ଗତିରେ ବଢିଚାଲିଛି । ଦେଶରେ ବିଶ୍ୱର ସ୍ତରର ଅନେକ କଂପାନୀ ନିଜର ଆକର୍ଷକ ସ୍ମାର୍ଟଫୋନ ଭାରତରେ ଲଂଚ କରୁଛନ୍ତି । ସ୍ମାର୍ଟଫୋନର ଅନେକ ଫାଇଦା ମଧ୍ୟ ରହିଛି । କିନ୍ତୁ ଜାଣଛନ୍ତି କି ? ଏହି ସ୍ମାର୍ଟଫୋନ ଜରିଆରେ ଆପଣ ଘରେ ବସି ଅର୍ଥ ବି କମେଇପାରିବେ । ନିଶ୍ଚୟ ଏହା ଚକିତ କଲା ଭଳି କଥା । ଆମେ କହୁଛି କିଛି ଉପାୟ , ଯାହା ଦ୍ୱାରା ଆପଣ ମାସକୁ ୩୦-୫୦ ହଜାର ଟଙ୍କା ଇନକମ୍ କରିପାରିବେ ।

Google Opinion Reward Ape –
ଯଦି ଆପଣ ଚାକିରିରେ ବ୍ୟସ୍ତ ରହୁଛନ୍ତି ତ ଚିନ୍ତା ନାହିଁ , କିଛି ସମୟ ବାହାର କରି ନିଜର ଆୟକୁ ବଢାଇପାରିବେ । ଏହି ଏକ୍ସଟ୍ରା ଇନକମ୍ ପାଇଂ ଆପଣଙ୍କୁ ଏକ ଆପ୍ ଡାଉନଲୋଡ୍ କରିବାକୁ ପଡିବ । ଏହି ଆପ୍ ର ନାମ ଗୁଗଲ ଓପିନିୟନ ରିୱାର୍ଡ ଆପ୍ । ଏଥିପାଇଁ ଆପଣଙ୍କୁ ପଇସା ମିଳିବ । ଏହି ପଇସା ସର୍ଭେରେ ଆପଣଙ୍କ ମତ( ଓପିନିୟନ) ଅନୁସାରେ ମିଳିବ । ଗୁଗଲ ଭିନ୍ନ ଭିନ୍ନ ବିଷୟରେ ସର୍ଭେ କରୁଛି । ଏହି ସର୍ଭେରେ ଟପିକ୍ ଅନୁସାରେ ୫୦ ଟଙ୍କାରୁ ନେଇ ୫୦୦ ଟଙ୍କା ଯାଏ ଆପଣଙ୍କୁ ଓପିନିୟନ ଦେବାପାଇଁ ମିଳିପାରେ । ଏହି ଆପ୍ କୁ ଡାଉନଲୋଡ୍ କରିବା ପରେ ଆପଣଙ୍କୁ ଗୁଗଲ ତରଫରୁ ନୋଟିଫିକେସନ ମିଳିବ । ରେଜିଷ୍ଟର ହେବା ପରେ ଆପଣଙ୍କୁ ସର୍ଭେ ଫର୍ମ ମିଳିବ , ଯାହାକୁ ପୂରଣ କରିବେ । ଗୁଗଲ ତରଫରୁ ସର୍ଭେ ଜାରିଆରେ ମିଳିଥିବା ପଇସାକୁ ଆପଣ ରିୱାର୍ଡ ପଏଣ୍ଟସରେ ବଦଳେଇ ନିଜ ପାଇଁ ଅନଲାଇନରେ କୌଣସି ସାମଗ୍ରୀ କିଣିପାରିବେ ।

Ipole–
ଏହି ଆପ୍ ଟି ମଧ୍ୟ Google Opinion Reward Ape ଭଳି । ଏହି ଆପ୍ ର ନାମ ଅଇପୋଲ୍ ଅଟେ । ଯାହା ଇଙ୍କ୍ କପୋରେସନ କଂପାନୀର ଅଟେ । ଏହି ଆପ୍ ଜରିଆରେ ଆପଣ ଗୁଗଲ ରିୱାର୍ଡ ଆପ୍ ଭଳି ଅତିରିକ୍ତ ଅର୍ଥ କମାଇପାରିବେ । ଏହି ଆପ୍ ରେ ଖାସ୍ କଥା ହେଲା ଆପଣଙ୍କୁ ଗୁଗୁଲ ରିୱାର୍ଡ ଆପ୍ ଠାରୁ ଅଧିକ ପଇସା ମିଳିବ । ଏହି ଆପ୍ ରେ ସର୍ଭେ ପୁରା କରିବା ପାଇଁ ଆପଣଙ୍କୁ ୧୦୦ଟଙ୍କାରୁ ୧୦୦୦ଟଙ୍କା ଯାଏ ମିଳିବ । ଯଦି ଆପଣ ମାସରେ ୩୦ରୁ ନେଇ ୫୦ ଟି ସର୍ଭେ ପୁରା କରୁଛନ୍ତି ତ ଆପଣଙ୍କୁ ୩୦ରୁ ନେଇ ୫୦ ହଜାର ଟଙ୍କା ଯାଏ ମିଳିପାରିବ ।

Pho-Ape–
ଯଦି ଆପଣଙ୍କର ଫଟୋଗ୍ରାଫିରେ ସଉକ୍ ଅଛି ତ ଏହି ଆପ୍ ଟି ଆପଣଙ୍କୁ ବହୁତ ସାହାଯ୍ୟ କରିବ । FOAP ନାମକ ଏହି ଆପ୍ ରେ ଆପଣ ଫଟୋ ଅପଲୋଡ୍ କରି ଅର୍ଥ କମାଇ ପାରିବେ । ଏଥିରେ ଆପଣ ନିଜର ଫଟୋ ମଧ୍ୟ ଉଠାଇ ଅପଲୋଡ୍ କରିପାରିବେ । ଆପ୍ ରେ ଏମିତି ଫଟୋ ଉଠାଇ ଅପଲୋଡ୍ କରିବା ର ଚେଷ୍ଟା କରନ୍ତୁ , ଯାହା ସାମାନ୍ୟ ଦେଖାଯିବା କୌଣସି ବଜାର ର ଫଟୋ ଅପଲୋଡ୍ କରନ୍ତୁ ବା ଟ୍ରାଫିକ୍ ର ଫଟୋ । କଲେଜ କ୍ୟାଣ୍ଟିନରେ ସ୍ନାକ୍ ନେବାର ଷ୍ଟୁଡେଣ୍ଟଙ୍କ ଫଟୋ ବି ଅପଲୋଡ୍ କରିପାରିବେ । ଏମିତି ଫଟୋର ମାର୍କେଟରେ ବହୁତ ଡିମାଣ୍ଡ ଥାଏ । ଏବଂ ଏହା ଖୁବ୍ ଶୀଘ୍ର ବିକ୍ରି ହୋଇଯାଏ । ଏହି ଭାବରେ ଆପଣ ଫଟୋ ଉଠାଇ ସହଜରେ ଅର୍ଥ କମାଇପାରିବେ ।

Iibota App–
ଆପଣ ଶପିଂ କରିବାରେ ଯଦି ପ୍ରିୟ ତେବେ ଏହି ଆପ୍ ଜରିଆରେ ଅର୍ଥ କମାଇପାରିବେ । IBOTTA APP ଆପଣଙ୍କ ସପିଂ ବିଲ୍ ରେ ଆପଣଙ୍କୁ କମିସନ ଦେଇଥାଏ । ଏଥିପାଇଁ ଶପିଂ ପରେ ବିଲ୍ କୁ ଫିଙ୍ଗନ୍ତୁ ନାହିଁ । ଏହି ଆପ୍ କୁ ଗୁଗଲ ଆପ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରନ୍ତୁ । ଏଥିିରେ ଦିଆଯାଇଥିବା ବିକଳ୍ପ REBATES ରେ କ୍ଲିକ୍ କରନ୍ତୁ । ଏଥିିରେ ଆପଣଙ୍କୁ ଅନେକ ଅଫର ମିଳିବ । ଏହି ଆପ୍ ରେ କଂପାନୀ କମିସନ ନିର୍ଦ୍ଧାରଣ କରିବ । ଏହି ଆପ୍ କୁ ଏବେ ୧୦ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରିଛନ୍ତି ।

Reception hog Ape–
ଏହି ଆପ୍ ରେ ଆପଣଙ୍କୁ ନିଜର ଶପିଂ ବିଲ୍ ଫଟୋ ଅପଲୋଡ୍ କରିବାକୁ ହେବ । ଯାହା ଦ୍ୱାରା ଆପଣଙ୍କୁ ଏକ ଗିଫ୍ଟ କାର୍ଡମିଳିବ । ଏହି ଗିଫ୍ଟ କାର୍ଡକୁ ଆପଣ ଅନଲାଇନ୍ ଶପିଂରେ ବ୍ୟବହାର କରିପାରିବେ । ଏହିଭଳି ଏହି ଆପ୍ ଆପଣଙ୍କୁ ଅର୍ଥ ଉପାର୍ଜନରେ ସାହାଯ୍ୟ କରିବ ।

Champ Cache AppS –
ଚ୍ୟାମ୍ପ କାଚ୍ ପ୍ରାଇଭେଟ୍ ଲିମିଟେଡ୍ କଂପାନୀ ଆଣ୍ଡଏଡ୍ ମୋବାଇଲ୍ ପାଇଁ ଚ୍ୟାମ୍ପ କ୍ୟାଶ୍ ଫିଚର ଆଣଛି । ଏହି ଫିଚର ଜରିଆରେ ଆପଣ ଅତିରିକ୍ତ ଆୟ କରିପାରିବେ । ଏହି ଫିଚରରେ ଆପଣଙ୍କୁ ଚ୍ୟାମ୍ପ କାଚ୍ କୁ ନିଜର ଫୋନରେ ଇନଷ୍ଟାଲ୍ କରିବାକୁ ହେବ । ଏବଂ କଂପାନୀର ବିଜ୍ଞାପନ ଦେଖିବାକୁ ହେବ । ଏହା ସହ ଏହି ବିଜ୍ଞାପନକୁ ନିଜ ସର୍କଲରେ ବଢାଇବାକୁ ହେବ । ଏଥିରେ ୧୦୦ ବିଜ୍ଞାପନ ପାଇଁ ଚ୍ୟାମ୍ପ କ୍ୟାଶ ଜରିଆରେ ଆପଣଙ୍କୁ ୧୦୦୦ଟଙ୍କା ରୁ ନେଇ ୩୦୦୦ ଟଙ୍କା ଯାଏ ମିଳିପାରିବ । ୧୦୦ ବିଜ୍ଞାପନ ପୁରା ହେବାରେ କଂପାନୀ ଆପଣଙ୍କ ଦେଇଥିବା ଆକାଉଣ୍ଟରେ ଅର୍ଥ ଜମା କରିଦେବ ।

ଖବରରେ ଦିଆଯାଇଥିବା ଆପ୍ ର ତାଲିକାରେ ଗ୍ଲୋବାଲ ୟୁଜରଙ୍କ ଆଧାରରେ ପ୍ରସ୍ତୁତ କରାଯାଇଛି । ଜରୁରୀ ନୁହେଁ କି ସବୁ ଆପ୍ ଭାରତୀୟ ୟୁଜରଙ୍କ ପାଇଁ ଉପଲବ୍ଧ ଅଟେ । ଏହି ଲେଖା କେବଳ ଆପଣଙ୍କୁ ସୂଚନା ଦେବାପାଇଁ । ଯଦି ଏଥିରେ କୌଣସି ଆପ୍ କୁ ଡାଉନଲୋଡ୍ କରିବା ପରେ କୌଣସି ପ୍ରକାର କ୍ଷତି ବା ଲାଭ ହୋଇଥାଏ ତ ଏଥିପାଇଁ Granium Information Technologiesବା Hindi.goodreturns.in ଦାୟୀ ନୁହେଁ । ପାଠକ ନିଜର ବିଚାରର ଆଧାରରେ ଏହାକୁ ବ୍ୟବହାର କରିପାରିବେ ।

( ସୌଜନ୍ୟ-ଗୁଡରିଟର୍ଣ୍ଣସ)