ଛାତ୍ର ସଂସଦ ନିର୍ବାଚନ ନେଇ ଆସିଲା ବିଜ୍ଞପ୍ତି : ସେପ୍ଟେମ୍ବର ୨୯ରେ ପ୍ରାର୍ଥିପତ୍ର ଦାଖଲ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆସନ୍ତା ଅକ୍ଟୋବର ୫ ତାରିଖରେ ହେବ ଛାତ୍ର ସଂସଦ ନିର୍ବାଚନ। ସେପ୍ଟେମ୍ବର ୨୯ ତାରିଖରେ ପ୍ରାର୍ଥପତ୍ର ଦାଖଲ ହେବ। ସେହିଦିନ ହିଁ ସମସ୍ତ ପ୍ରାର୍ଥିପତ୍ରର ଯାଂଚ କରାଯିବ। ଅକ୍ଟୋବର ୧ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ। ପରେ ଫାଇନାଲ୍ ଲିଷ୍ଟ ବାହାରିବ।

ଅକ୍ଟୋବର ୪ ତାରିଖରେ ହ୍ୱାଏ ଆଇ ଷ୍ଟାଣ୍ଡ ଫର ମିଟିଂ ଅନୁଷ୍ଠିତ ହେବ । ରାଜ୍ୟର କଲେଜ୍, ୟୁନିଭରସିଟିରେ ଏକା ସମୟରେ ନିର୍ବାଚନ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତାରିଖ ଘୋଷଣା ପରେ ଚଳଚଂଚଳ ହୋଇଛି କ୍ୟାମ୍ପସ । ଆରମ୍ଭ ହୋଇଯାଇଛି ନିର୍ବାଚନୀ ରେସ୍ । ଆଶାୟୀ ପ୍ରାର୍ଥୀ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି। ତେବେ ବିଳମ୍ବରେ ତାରିଖ ଘୋଷଣା କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛି ଛାତ୍ର କଂଗ୍ରେସ।