କରୋନା ମୁକାବିଲା : ଜିଲ୍ଲାପାଳ ଓ ଏସପିଙ୍କୁ ପାଣ୍ଡିଆନଙ୍କ ଚିଠି । ପାଣ୍ଡିଆନ କହିଲେ ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ନିଜାମୁଦ୍ଦିନ ଫେରନ୍ତାଙ୍କୁ ଚିହ୍ନଟ କର ।

1,783

କନକ ବ୍ୟୁରୋ : ରାଜ୍ୟରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆହୁରି ଅଧିକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର, କଟକ ଓ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ଭାବେ ୪୮ ଘଣ୍ଟାପାଇଁ ସଟଡାଉନ କରାଯାଇଥିବା ବେଳେ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ଏଭଳି ସମୟରେ ନିଜାମୁଦ୍ଦିନ ମରକଜ ଫେରନ୍ତାଙ୍କୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି । ଆଉ ଏଥିପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ ।

ଆଗାମୀ ୪୮ ଘଣ୍ଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ସମସ୍ତ ନିଜାମୁଦ୍ଦିନ ମରକଜ ଫେରନ୍ତାଙ୍କୁ ଠାବ କରି ସେମାନଙ୍କ ନମୁନା ପରୀକ୍ଷା ଉପରେ ଜୋର ଦେବାକୁ ଉଲ୍ଲେଖ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ନିଜାମୁଦ୍ଦିନ ମରକଜ ଫେରନ୍ତାଙ୍କୁ ଅପିଲ କରିଛନ୍ତି, ସେମାନେ ୧୦୪କୁ ଫୋନ କରି ମେଡିକାଲ ସହାୟତା ନିଅନ୍ତୁ ଓ ସାମ୍ନାକୁ ଆସି ନମୂନା ପରୀକ୍ଷା କରାନ୍ତୁ । ଯେଉଁମାନେ ଏଥିରେ ସାମିଲ ହେବେ ସରକାର ସେମାନଙ୍କୁ ଆଉ ତାଙ୍କ ପରିବାରକୁ ପୁରା ସହାୟତା ପ୍ରଦାନ କରିବା ସହ କରିବା ସହ ସେବା ଯୋଗାଇବେ ।

ଏହାସହ ପ୍ରଶାସନକି ସ୍ତରରେ ଏବଂ ଚିକିତ୍ସା ସୁବିଧା ଯୋଗାଉଥିବା ଅଧିକାରୀ ଫୋକସର ସହ କାର୍ଯ୍ୟ କରି ନିଜାମୁଦ୍ଦିନ ମରକଜ ଫେରନ୍ତାଙ୍କୁ ଠାବ କରି ନମୁନା ସଂଗ୍ରହ କରି ଏହାକୁ ପରୀକ୍ଷା ପାଇଁ ପଠାଇବା ଉଚିତ । ଆବଶ୍ୟକସ୍ଥଳେ ଜିଲ୍ଲାପାଳ ଓ ଏସପି ମାନେ ନିଜ ଜିଲ୍ଲାର ଧାର୍ମିକ ମୁଖ୍ୟ ମାନଙ୍କ ସହାୟତା ନେଇ ସେମାନଙ୍କୁ ଠାବ କରନ୍ତୁ ବୋଲି କହିଛନ୍ତି ପାଣ୍ଡିଆନ । ଏପରିକି ଧର୍ମଗୁରୁ ମାନେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ବାହାରକୁ ଆସିବାକୁ ଆହ୍ୱାନ ଦିଅନ୍ତୁ । ଏହାବାଦ୍ ଜିଲ୍ଲାପ୍ରଶାସନ ଓ ପୋଲିସ ନିଜର ବିଶେଷ ସୂତ୍ରରୁ ତଥ୍ୟ ସଂଗ୍ରହ କରି ନିଜାମୁଦ୍ଦିନ ଫେରନ୍ତାଙ୍କୁ ଚିହ୍ନଟ କରନ୍ତୁ । ସେମାନଙ୍କ ଆଶ୍ୱସ୍ତି ଦେବା ସହ ନମୁନା ପରୀକ୍ଷା ପାଇଁ ସହଯୋଗ କରନ୍ତୁ ।

ତଥ୍ୟ ଜଣାଇବାରେ ବିଳମ୍ବ କଲେ ସମସ୍ତଙ୍କ ପାଇଁ ସମସ୍ୟା ଉପୁଜିପାରେ । ଏପରିକି ସମ୍ପୃକ୍ତ ବ୍ୟକ୍ତିଙ୍କ ସମେତ ତାଙ୍କ ପରିବାର ଏପରିକି ରାଜ୍ୟ ପାଇଁ ମଧ୍ୟ ସମସ୍ୟା ଦେଖାଦେବ । କାରଣ ଆଗାମୀ ୪୮ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ।