ସ୍ୱାୟତ ଶାସନ ଦିବସରେ ସରକାରଙ୍କ ନୂଆ ପଦକ୍ଷେପ। ଅନଲାଇନରେ ମାତ୍ର ୪୮ ଘଂଟାରେ ଅନୁମୋଦନ ହେବ ଘର ନକ୍ସା

ସେପଟେ ଫନି କ୍ଷତିଗ୍ରସ୍ତଙ୍କୁ ଅନଲାଇନରେ ସହାୟତାର ଶୁଭାରମ୍ଭ

892

କନକ ବ୍ୟୁରୋ: ସ୍ୱାୟତ ଶାସନ ଦିବସରେ ସରକାରଙ୍କ ନୂଆ ପଦକ୍ଷେପ ।  ସହଜ ଓ ତ୍ୱରିତ ସେବା ପାଇଁ ‘ୱାର୍ଡ କାର୍ଯ୍ୟାଳୟ’ ଉଦଘାଟିତ ହୋଇଛି ।  ୱାର୍ଡ କାର୍ଯ୍ୟାଳୟର କାର୍ଯ୍ୟ ଜଣେ ୱାର୍ଡ ଅଫିସରଙ୍କ ସହାୟତାରେ ପରିଚାଳିତ ହେବ ।  ୱାର୍ଡ କାର୍ଯ୍ୟାଳୟର ପ୍ରମୁଖ ଉଦ୍ଦେଶ୍ୟ , ସଫେଇ,ଡ୍ରେନେଜ ଓ ବର୍ଜବ୍ୟସ୍ତୁ  ପରିଚାଳନା ସଂକ୍ରାନ୍ତରେ ତୃଣମୂଳ ସ୍ତରରେ ତଦାରଖ କରିବା । ମହାନଗର ନିଗମ ଅଧିନସ୍ଥ ଭିତିଭୂମୀ ତଥା ରାସ୍ତା, ନାଳ ,ଷ୍ଟ୍ରିଟ ଲାଇଟ, ପାର୍କ, ପାର୍କିଂ ସ୍ଥାନ ଏବଂ ଭେଣ୍ଡିଂ ଜୋନର ବିକାଶ ଓ ରକ୍ଷଣାବେକ୍ଷଣ ବି ୱାର୍ଡ କାର୍ଯ୍ୟାଳୟର ଉଦ୍ଦେଶ୍ୟ । ସେପଟେ  ଅନଲାଇନରେ ମାତ୍ର ୪୮ ଘଂଟାରେ ଅନୁମୋଦନ ହେବ ଘର ନକ୍ସା । ସେଥିପାଇଁ ଇ-ବିପାସ  ଅନଲାଇନର ଶୁଭାରମ୍ଭ କରାଯାଇଛି । ୮୦ ଭାଗ ଲୋକ ସହଜରେ ଘରନକ୍ସା ଅନୁମୋଦନ କରିପାରିବେ । ସେହିପରି ବାତ୍ୟା ଫନି କ୍ଷତିଗ୍ରସ୍ତଙ୍କୁ ମଧ୍ୟ ଅନଲାଇନରେ ସହାୟତାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ୱାର୍ଡ କାର୍ଯ୍ୟାଳୟର ମୁଖ୍ୟ ଉଦ୍ଦେଶ୍ୟ ହେଲା-

• ସଫେଇ, ଡ୍ରେନେଜ ଓ ବର୍ଜ୍ୟବସ୍ତୁ ପରିଚାଳନା ସଂକ୍ରାନ୍ତରେ ତୃଣମୂଳ ସ୍ତରରେ ତଦାରଖ ଏବଂ ଅନୁଶୀଳନ କରିବା ।

• ମହାନଗର ନିଗମ ଅଧିନସ୍ଥ ଭିତ୍ତିଭୂମି ତଥା ରାସ୍ତା, ନାଳ,ଷ୍ଟ୍ରିଟ୍ ଲାଇଟ୍, ପାର୍କ, ପାର୍କିଂସ୍ଥାନ ଏବଂ ଭେଣ୍ଡିଂ ଜୋନ ଆଦିର ବିକାଶ ଏବଂ ରକ୍ଷଣବେକ୍ଷଣ କରିବା ।

• ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ଯଥା ପେନସନ ପ୍ରଦାନ, ଜନ୍ମ, ମୃତ୍ୟୁ ଏବଂ ବିବାହ ଆଦିର ପଂଜିକରଣ ତଥା ଆହୁରୀ ଅନେକ କାର୍ଯ୍ୟକ୍ରମକୁ ସୁଗମ କରାଇବା ସହ ଅଭିଯୋଗ ଶୁଣାଣିକୁ ଆହୁରୀ ଫଳପ୍ରଦ ଏବଂ ତ୍ୱରିତ କରାଇବା ।

• ସେହିଭଳି ରାଜସ୍ୱ ଆଦାୟକୁ ବି ଆହୁରୀ ବ୍ୟାପକ  ଏବଂ ଦକ୍ଷ କରାଇବା ଯଥା ହୋଲଡିଂ, ଟ୍ୟାକ୍ସ, ବିଜ୍ଞାପନ, ୟୁଜର ଫି ଆଦାୟ ଏବଂ ଟ୍ରେଡ ଲାଇସେନ୍ସ ଇତ୍ୟାଦିକୁ ପରିବ୍ୟାପ୍ତ କରାଇବା ହେଲା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

ମାତ୍ର ୪୮ ଘଂଟା ମଧ୍ୟରେ ଅନୁମୋଦନ ହେବ ଘର ନକ୍ସା

• ଏହି ପ୍ରକ୍ରିୟା ମାଧ୍ୟମରେ ୮୦ ଭାଗ ଜନସାଧାରଣ ସହଜରେ ଘର ନକ୍ସା ଅନୁମୋଦନ କରିପାରିବେ ।

• ପ୍ଲଟ ଏରିଆ ୫ଶହ ବର୍ଗ ମିଟରରୁ କମ ହୋଇଥିବ

• ଉଚ୍ଚତା ୧୦ମିଟରରୁ କମ୍ ହୋଇଥିବା ଦରକାର

• ପ୍ଲଟ କୌଣସି ପୂର୍ବ ଅନୁମୋଦିତ ଲେ’ଆଉଟ୍ କିମ୍ବା କୌଣସି ସରକାରୀ ଯୋଜନାର ଅନ୍ତର୍ଭୁକ୍ତ ହୋଇଥିବ ।

• ତେବେ  ଆବେଦନକାରୀ  ଯେଉଁମାନଙ୍କର ସ୍ଥିରୀକୃତ ଆକାରର ପ୍ଲଟ ନଥିବା ମାତ୍ର ଲୋ-ରିସ୍କ ଘର ପାଇଁ ଯୋଗ୍ୟ ହେଉଥିବେ, ସେମାବେ ନିୟମିତ ପ୍ରକ୍ରିୟାରେ ଆବେଦନ କରିପାରିବେ । ଯେଉଁମାନଙ୍କର ସ୍ଥିରୀକୃତ ଆକାରରେ ପ୍ଲଟ୍ ଥିବ, ସେମାନେ ଇଚ୍ଛାମତେ ନିୟମିତ ପ୍ରକ୍ରିୟାରେ ମଧ୍ୟ ଆବେଦନ କରିପାରିବେ ।

କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର

କଠିନ ବର୍ଜ୍ୟବସ୍ତୁ ନିୟମ ୨୦୧୬ର ଆଧାରରେ ବର୍ଜ୍ୟବସ୍ତୁ  ପରିଚାଳନା ଜନିତ ସମସ୍ୟାର ସମାଧାନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ୫-ଟିର ମୂଲ୍ୟବୋଧକୁ ନେଇ ବିକେନ୍ଦ୍ରୀକୃତ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ନିୟମକୁ କାର୍ଯ୍ୟକାରୀ କରିବା ନିମନ୍ତେ କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ରର ପ୍ରତିଷ୍ଠା  ଓ ପରିଚାଳନାକୁ ଗୁରୁତ୍ୱ ଦେଇଛନ୍ତି ।

କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ହେଉଛି ଏକ ବିକେନ୍ଦ୍ରୀକୃତ ସରଳ ପଦ୍ଧତି ।  ଯେଉଁଥିରେ ଦ୍ୱିତୀୟ ଥର ଗଚ୍ଛିତ କରିବାର ଦରକାର ପଡିନଥାଏ ।  ସ୍ୱଳ୍ପ ପରିମାଣର ବର୍ଜ୍ୟ ବସ୍ତୁକୁ ନେଇ ଏକ ଫଳପ୍ରଦ ପରିଚାଳନା ଅଟେ । ତେବେ ଏହି କେନ୍ଦ୍ରକୁ କେବଳ ଓଦା ଅଳିଆ ଆସିଥାଏ ।

• ସେହିଭଳି କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ରର ଉପାଦେୟତା ହେଲା

• ଡମ୍ପୟାର୍ଡର ଆବଶ୍ୟକତା  ପଡିନଥାଏ ।

• ନିର୍ଭର ଯୋଗ୍ୟ ଫଳଫ୍ରଦ ପୃଥକୀକରଣ ଯାହା ଜୈବିକ ବର୍ଜ୍ୟ ପରିମାଣ କମାଇ ଥାଏ

• ପୃଥକୀକୃତ ଶୁଖିଲା ବର୍ଜ୍ୟ ବସ୍ତୁକୁ ସହଜରେ ବିକ୍ରୟ କରାଯାଇପାରେ

• ବର୍ଜ୍ୟ ବସ୍ତୁ କଂଚାମାଲ ଗୁଡିକରୁ ଖତ ପ୍ରସ୍ତୁତ କରିବା

• ଏବଂ ପୁନଃ ଚକ୍ରଣ ଶିଳ୍ପାନୁଷ୍ଠାନଗୁଡିକୁ ଫଳପ୍ରଦ ପଦ୍ଧତିରେ ପୁନଃଚକ୍ରଣ ଯୋଗ୍ୟ କଂଚାମାନ ପ୍ରେରଣ କରିବା

• ତେବେ ଏହି କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରାଥମିକତା ଦିଆଯାଇଛି ।

• ପ୍ରତି ୬ ଶହ ଗୃହରେ ଜଣେ ମହିଳାଙ୍କୁ ‘ସ୍ୱଚ୍ଛ ସାଥି’ ଭାବେ ଚିହ୍ନଟ କରାଯାଇଛି

• ଆଉ ପ୍ରତି ୪ରୁ ୫ ଜଣ ସ୍ୱଚ୍ଛ ସାଥିଙ୍କ ମାର୍ଗଦର୍ଶନ ପାଇଁ ଜଣେ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି

ତେବେ କ୍ଷୁଦ୍ରଯାନ ବ୍ୟବହାର କରି ନିଜ ଅଂଚଳରେ ନିଜ ବର୍ଜ୍ୟ ବସ୍ତୁକୁ କମ୍ପୋଷ୍ଟ କରି ଏହାର ବ୍ୟବହାର କରିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପଦକ୍ଷେପ ନିଆଯାଇଛି ।