ଆରମ୍ଭ ହେଲା ୫ଜିର ଯୁଗ ! ସେକେଣ୍ଡ ପ୍ରତି ୨ଜିବି ତୀବ୍ରତାରେ ମିଳିବ ଡାଟା

76

ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଆଉ ବୈପ୍ଲବିକ ପରିବର୍ତନ ଦେଖାଦେଇଛି । ଖୁବଶୀଘ୍ର ଉପଭୋକ୍ତାଙ୍କ ପାଇଁ ଆସୁଛି ୫ଜି ଇଂଟରନେଟ ସେବା ।୪ଜି ସେବାକୁ ବାଏ ବାଏ କରିବେ ଗ୍ରାହକ । ବର୍ଲିନ ଠାରେ ଏହି ଅତ୍ୟାଧୁନିକ ଅଲଟ୍ରା ହାଇସ୍ପିଡ ୫ଜି ସେବାର ଲୋକାର୍ପଣ ହୋଇଯାଇଛି । ୟୁରୋପର ଅନ୍ୟତମ ବୃହତ ଟେଲିକମ କମ୍ପାନୀ ଡୋଏଚ ଟେଲିକମ ଓ ଚୀନ କମ୍ପାନୀ ହୁୱାଇ ଟେକ୍ନୋଲୋଜି କର୍ପୋରେସନ ଲିମିଟେଡ ଦ୍ୱାରା ପ୍ରସ୍ତୁତ ୫ଜି ଆଂଟିନାକୁ ପ୍ରଦର୍ଶନ କରାଯାଇଛି ।

କମ୍ପାନୀ ସୂଚନା ଅନୁସାରେ ଏହି ସେବା ଆରମ୍ଭ ପରିପ୍ରେକ୍ଷୀରେ ସେକେଣ୍ଡ ପ୍ରତି ୨ଜିବି ସ୍ପିଡ ମିଳିବ । ଅର୍ଥାତ ପ୍ରାୟ ତିନି ଘଂଟାର ଏଚଡି ସିନେମାକୁ ଇଂଟରନେଟ ସାଇଟରୁ ଡାଉନଲୋଡ କରିିବାକୁ ମାତ୍ର ୧ ସେକେଣ୍ଡରୁ କମ ସମୟ ଲାଗିବ । ଆଖିପିଛୁଳାକେ ହଜାର ହଜାର ଏମପି -୩ ଗୀତ ମଧ୍ୟ ଡାଉନଲୋଡ ହୋଇପାରିବ । ବିଶ୍ୱସ୍ତରରେ ୫ଜି ନେଟୱାର୍କର ବିକାଶ ପାଇଁ ଏହା ଏକ ନିର୍ଣ୍ଣାୟକ ପଦକ୍ଷେପ ଏବଂ ୨୦୨୦ସୁଦ୍ଧା ଏହି ସେବା ଆରମ୍ଭ ହୋଇଯିବ ବୋଲି ଟେଲିକମ ବୋର୍ଡ ସଦସ୍ୟ କ୍ଲାଉଡିଆ ନେମାତ କହିଛନ୍ତି ।

ତେବେ ସୂଚନା ଅନୁସାରେ ୟୁରୋପ ପୂର୍ବରୁ ଦକ୍ଷିଣକୋରିଆ ଓ ଜାପାନରେ ୫ଜି ସେବା ଆରମ୍ଭ ହୋଇଯିବ । ୨୦୧୯ ସୁଦ୍ଧା ଏହି ଦୁଇ ଦେଶ ୫ଜି ସେବା ପ୍ରଦାନ ନେଇ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ୨୦୨୦ ସୁଦ୍ଧା ୟୁରୋପ ମହାଦେଶ ସମେତ ଅନ୍ୟ ଦେଶ ଗୁଡିକରେ ଏହି ସେବା ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ସେପଟେ ଭାରତ ମଧ୍ୟ ୫ଜି ସେବା ପ୍ରଦାନ ନେଇ ତତ୍ପରତା ଦେଖାଇଛି । ନିକଟରେ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ ୫ଜି ସମିତିର ଗଠନ କରିଛନ୍ତି । ୨୦୨୦ ପର୍ଯ୍ୟନ୍ତ ୫ଜି ସେବାକୁ ସକ୍ରିୟ କରିବା ପାଇଁ ସମିତିକୁ ଦାୟିତ୍ୱ ଦିଆଯାଇଛି । ଏହି ସେବା ପରିପ୍ରେକ୍ଷୀରେ ସହରାଂଚଳରେ ୧୦୦୦୦ଏମବିପିଏସ୍ ଓ ଗ୍ରାମାଂଚଳରେ ୧ହଜାର ଏମବିପିଏସ୍ ଇଂଟରନେଟ ଗତି ପ୍ରଦାନ ପାଇଁ ଲକ୍ଷ ରଖାଯାଇଛି । ରଷ୍ଟ୍ରାୟତ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ ୫ଜି ସେବା ଦେଶରେ ଆରମ୍ଭ କରିବ ବୋଲି ଆଶା କରାଯାଉଛି ।