୪ଜି ପରେ ଭାରତରେ ୫ଜି ! ବିଏସଏନଏଲ ଆରମ୍ଭ କରିପାରେ ସେବା

78

ଇଂଟରନେଟ୍ ବ୍ୟହାରକାରୀଙ୍କ ପାଇଁ ଭଲ ଖବର । ଭାରତରେ ୪ଜି ପରେ ଖୁବ ଶୀଘ୍ର ୫ଜି ଆରମ୍ଭ ହୋଇପାରେ । ସରକାରୀ କ୍ଷେତ୍ରର ଦୂର ସଂଚାର କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ଼୍ (ବିଏସଏନଏଲ) ଆସନ୍ତା ବର୍ଷ ମଧ୍ୟରେ ୫ଜି ସେବା ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ସୂଚନା ଅନୁସାରେ ଏହି ୫ଜି ସେବା ସର୍ବପ୍ରଥମେ ନୋକିଆ ହ୍ୟାଣ୍ଡସେଟରେ ହିଁ ସପୋର୍ଟ କରିବ । ଏଥିପାଇଁ ନୋକିଆ କମ୍ପାନୀ ସହ କଥାବାର୍ତ୍ତା ଚାଲିଛି । ଭାରତରେ ୫ଜି ସେବା ଆରମ୍ଭ କରିବା ପାଇଁ ପ୍ରଥମ ପଦକ୍ଷେପ ନେବାକୁ ଯାଉଛି ବିଏସଏନଏଲ୍ । ଏହି ସୂଚନା କମ୍ପାନୀର ଚେୟାରମ୍ୟାନ ଅନୁପମ ଶ୍ରୀବାସ୍ତବ ଦେଇଛନ୍ତି । ସେ କହିଛନ୍ତି, ଭାରତରେ ୫ଜି ସେବା ଲଂଚ କରିବା ନେଇ ନୋକିଆ ସହ କଥାବାର୍ତ୍ତା ସରିଛି । କମ୍ପାନୀ ୫ଜି ସେବାର ଉପକରଣକୁ ନେଇ ଲାର୍ସନ ଆଣ୍ଡ ଟର୍ବୋ ଓ ଆପାଚି ସହ କଥାବାର୍ତ୍ତା ଜାରି ରହିଛି ।

୨୦୧୮ ମାର୍ଚ୍ଚ ମଧ୍ୟରେ ଏହି ସେବାର ଆରମ୍ଭ ହେବ ବୋଲି ଆଶା କରାଯାଉଛି । ୫ଜି ସେବାରେ ଅଧିକ ବେଗର ଡାଟା ଯୋଗାଇବା ପାଇଁ ବିଏସଏନଏଲ ପାଖରେ ୭ କିଲୋମିଟରରୁ ଅଧିକ ଲମ୍ବା ଅପ୍ଟିକାଲ ଫାଇବର ନେଟୱର୍କ ଅଛି । ଅଧିକ ଡାଟା ଉପଲବ୍ଧ କରାଇବା ପାଇଁ ଏହାର ବ୍ୟବହାର କରାଯାଇ ପାରିବ । ଦେଶରେ ୫ଜି ଇଂଟରନେଟ୍ ସେବା ଆରମ୍ଭ ହେଲେ କିଛି କିଲୋମିଟର ମଧ୍ୟରେ ଲକ୍ଷ ଲକ୍ଷ ଗୁଣ ଅଧିକ ବେଗରେ ଡାଟା ପଠାଯାଇପାରିବ । ଏଥିରେ ଅଲଗା ଆପ୍ଲିକେସନ, ମେସିିନ ଓ ଗ୍ୟାଜେଟ ମଧ୍ୟରେ ଅଧିକ ବେଗରେ କନେକ୍ଟିଭିିିଟି ଦେଖାଯିବ । ତେବେ ଜାପାନ ଦୁନିଆର ପ୍ରଥମ ଦେଶ ହୋଇପାରେ ଯେଉଁଠି ୫ଜି ସେବା ପ୍ରଥମେ ଚାଲୁ ହୋଇପାରେ । କାରଣ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ୫ଜି ପାଇଁ ପରୀକ୍ଷା ଆରମ୍ଭ କରିପାରେ ଜାପାନ ।