କରୋନା ମୁକ୍ତ ହେଲା ଭୁବନେଶ୍ୱର । ରାଜ୍ୟରେ ଆଉ ୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ଗଞ୍ଜାମର ୪୦, ଜଗସିଂହପୁରରୁ ୫ ଓ ମୟୂରଭଞ୍ଜରୁ ୪ ଆକ୍ରାନ୍ତ ସୁସ୍ଥ ।

1,624

କନକ ବ୍ୟୁରୋ : ରାଜ୍ୟରେ ସୁସ୍ଥ ହେଲେ ୫୭ଜଣ କରୋନା ଆକ୍ରାନ୍ତ । ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର୪୦ଜଣ, ଜଗତସିଂହପୁରର ୫ଜଣ, ମୟୂରଭଞ୍ଜର ୪ଜଣ, ଭୁବନେଶ୍ୱରର ୩ଜଣ, ବଲଙ୍ଗୀରର ୨ଜଣ ହୋଇଥିବା ବେଳେ ସୁନ୍ଦରଗଡ଼, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜଣେ ଲେଖାଁଏ ଆକାନ୍ତ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୨୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୫୯୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ।

ଗଞ୍ଜାମରେ ୪୦ ଜଣ ସୁସ୍ଥ ହେବା ପରେ ଏବେ ଗଞ୍ଜାମରେ ସମୁଦାୟ ସୁସ୍ଥ ହେବା ସଂଖ୍ୟା ୮୯ରେ ପହଂଚିଛି ଏବେବି ୨୧୬ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ସେହିପରି ମୟୁରଭଞ୍ଜର ୪ଜଣ ସୁସ୍ଥ ହେବା ପରେ ଏବେ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଂଚିଛି । ବଲାଙ୍ଗୀରରେ ୨ଜଣ ସୁସ୍ଥ ହେବା ପରେ ସେଠାକାର ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଂଚିଛି । ସୁନ୍ଦରୟଗଡ଼ରୁ ଜଣେ ଆକ୍ରାନ୍ତ ସୁସ୍ଥ ହେବା ସେଠାକାର ସୁସ୍ଥ ସଂଖ୍ୟା ୧୩ରେ ପହଂଚିଛି ଏବେବି ୧୪ ଆକ୍ରାନ୍ତ ସକ୍ରିୟ ଅଛନ୍ତି ।

ସେପଟେ ଆଜି ରାଜ୍ୟରେ ନୂଆ ୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ କରୋନା କନ୍ଧମାଳ ଜିଲ୍ଲାକୁ ବ୍ୟାପିଛି । ଏଠାରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୨୩ ଜିଲ୍ଲାକୁ ବ୍ୟାପିଛି କରୋନା ଭୂତାଣୁ .ପ୍ରଥମ ଥର ପାଇଁ କରୋନା ଜେଲକୁ ବ୍ୟାପିଛି । ଜେଲର ଜଣେ ଅନ୍ତେବାସୀଙ୍କ ଠାରେ ମିଳିଛି କୋଭିଡ ୧୯ ଭୂତାଣୁ । ବାକି ୪୭ ଜଣ ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରୁ ବୋଲି ଜଣାପଡିଛି ।