ଗାଁକୁ ବିପଦରୁ ରକ୍ଷା କରିବା ପାଇଁ ୫୫୦ ବର୍ଷ ଧରି ତପସ୍ୟାରେ ବସିଛନ୍ତି ଏହି ସନ୍ଥ! ପ୍ରତିଦିନ ବଢ଼ୁଛି ନଖ ଓ କେଶ

110

ମୁନି ଋଷି ମାନେ ହଜାର ହଜାର ବର୍ଷ ଧରି ତପସ୍ୟା କରିବା ପରେ ଭଗବାନଙ୍କ ଦର୍ଶନ ପାଇଥାନ୍ତି । ରାମାୟଣ ଓ ମହାଭାରତରେ ଏଭଳି ଅନେକ କାହାଣୀ ଶୁଣିବାକୁ ମିଳେ । କିନ୍ତୁ କଳିଯୁଗରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି । ତିବ୍ଦତ ଠାରୁ ଦୁଇ କିଲୋମିଟର ଦୂରରେ ଥିବା ଗୀୟୁ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ଏକ ବୌଦ୍ଧ ଭିକ୍ଷୁକ ପାଖାପାଖି ୫୫୦ ବର୍ଷ ତପସ୍ୟାରେ ଲୀନ ହୋଇ ବସି ରହିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଆଜି ମଧ୍ୟ ଏହି ବୌଦ୍ଧ ଭିକ୍ଷୁକଙ୍କ କେଶ ଓ ନଖ ବଢ଼ିବାରେ ଲାଗିଛି । ଏହି କାରଣରୁ ଲୋକେ ତାଙ୍କୁ ମମି ବୋଲି ବିଶ୍ୱାସ କରୁନାହାନ୍ତି । ଏହି ବୌଦ୍ଧ ଭିକ୍ଷୁକଙ୍କ ୫୫୦ ବର୍ଷ ତଳର ଦୁଇଟି କାହାଣୀ ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ ।

ଗାଁ ଲୋକଙ୍କ କହିବା ଅନୁଯାୟୀ, ବୌଦ୍ଧ ଭିକ୍ଷୁକଙ୍କ ମମି ଗାଁର ଏକ ସ୍ତୁପ ନିକଟରେ ରହିଥିଲା । ଯେଉର୍ଠି ଏହା ଉପରେ ଧୂଳି, ମଳି ଲାଗି ରହିଥିଲା । ତେବେ ଏହାକୁ ପରିଷ୍କାର କରି ଯାଞ୍ଚ କରାଯିବା ପରେ ଏହା ୫୫୦ ବର୍ଷ ତଳର ମମି ବୋଲି ଜଣାପଡ଼ିଥିଲା । ସବୁଠୁ ବଡ଼ କଥା ହେଲା ବୌଦ୍ଧ ଭିକ୍ଷୁକ ଜଣକ ଧ୍ୟାନ ମୁଦ୍ରାରେ ବସିଥିବାର ଦେଖାଯାଇଥିଲା । ବୌଦ୍ଧ ଭିକ୍ଷୁକଙ୍କ ମୃତଦେହରେ କୌଣସି ଲେପ ଦିଆଯାଇନଥିଲେ ମଧ୍ୟ ଏହା ଦୀର୍ଘ ଦିନ ମାଟିତଳେ ରହିବା ସତ୍ତେ୍ୱ ମଧ୍ୟ ଖରାପ ହୋଇନଥିଲା ।

ସେହିଭଳି ଗାଁର କିଛି ବୟସ୍କ ଲୋକଙ୍କ କହିବା ଅନୁଯାୟୀ, ୧୫ ଦଶକରେ ଗାଁକୁ ବିପତ୍ତିରୁ ରକ୍ଷା କରିବା ପାଇଁ ବୌଦ୍ଧ ଭିକ୍ଷୁ ଜଣକ ତପସ୍ୟାରେ ବସିଥିଲେ । କାରଣ ଗାଁରେ ବିଛା ମାନଙ୍କର ପ୍ରାଦୁଭାବ ବଢ଼ି ଯାଇଥିଲା । ଗାଁ ଲୋକଙ୍କୁ ବିଛା ଆକ୍ରମଣ ରକ୍ଷା କରିବା ପାଇଁ ବୌଦ୍ଧ ଭିକ୍ଷୁକ ଜଣକ ତପସ୍ୟାରେ ବସିଥିଲେ ।କିନ୍ତୁ ତାଙ୍କ ସମାଧି ନେବା କ୍ଷଣି ହିଁ ଚମକ୍ରାର ଦେଖିବାକୁ ମିଳିଥିଲା । ବିନା ବର୍ଷାରେ ଆକାଶରେ ଇନ୍ଦ୍ରଧନୁ ଦେଖାଯାଇଥିଲା ଓ ଗାଁଟି ସମ୍ପୂର୍ଣ୍ଣ ଭାବେ ବିଛା ମୁକ୍ତ ହୋଇଥିଲା

ଆଉ କିଛି ଲୋକଙ୍କ କହିବା ଅନୁଯାୟୀ, ଏହି ବୌଦ୍ଧ ଭିକ୍ଷୁକ ଜଣକ ହେଉଛନ୍ତି ସାଙ୍ଗଲା ତେନାଜିଙ୍ଗ । ତିବ୍ଦତରୁ ଭାରତକୁ ଆସିବା ପରେ ଏହି ଗ୍ରାମରେ ତପସ୍ୟାରେ ବସିଥିଲେ । କିନ୍ତୁ ସେବେଠାରୁ ତପସ୍ୟାରୁ ଆଉ ଉଠିନଥିଲେ ବୌଦ୍ଧ ଭିକ୍ଷୁ ଜଣକ । କିନ୍ତୁ ଏବେ ମଧ୍ୟ ତାଙ୍କର ନଖ ଓ କେଶ ବଢ଼ିବାରେ ଲାଗିଛି । ଗାଁ ଲୋକଙ୍କ କହିବା ଅନୁଯାୟୀ, ଗୋଟିଏ ଥର ଏହି ବୌଦ୍ଧ ଭିକ୍ଷୁକ ମମିଙ୍କ ମୁଣ୍ଡରେ କୋଦାଳ ବାଜିବା ଦ୍ୱାରା ରକ୍ତ ବାହାରିଥିଲା । କୋଦାଳର ଆଘାତର ଚିହ୍ନ ଏବେ ମଧ୍ୟ ସ୍ପଷ୍ଟ ଜଣାପଡ଼ୁଛି । କିନ୍ତୁ ଏବେ ଗାଁ ଲୋକ ମାନେ ଏହି ବୌଦ୍ଧ ଭିକ୍ଷୂୁକଙ୍କର ମମିକୁ ଏକ କାଚ କ୍ୟାବିନ ମଧ୍ୟରେ ରଖିବା ସହ ପୂଜାର୍ଚ୍ଚନା କରୁଛନ୍ତି ।