ସାବରିମାଳା ଦର୍ଶନ ପାଇଁ ଆବେଦନ କଲେ ୫୦୦ରୁ ଅଧିକ ମହିଳା ! ନଭେମ୍ବର ୧୬ରୁ ଖୋଲିବ ମନ୍ଦିର ।

80

ସାବରିମାଳା ଠାରେ ବାର୍ଷିକ ଉତ୍ସବ ପାଇଁ ଅନଲାଇନ୍ ଟିକେଟ୍ ବୁକିଙ୍ଗ୍ ଆରମ୍ଭ ହେବାର ମାତ୍ର ଦୁଇ ସପ୍ତାହ ମଧ୍ୟରେ ୧୦ ରୁ ୫୦ ବର୍ଷ ବୟସ୍କା ୫୩୯ ଜଣ ମହିଳା ଦର୍ଶନାର୍ଥେ ପଞ୍ଜିକରଣ କରିଛନ୍ତି । ଏହି ବୟସର ନାରୀମାନେ ମନ୍ଦିରକୁ ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ଐତିହାସିକ ରାୟ ଦେବା ସତ୍ତ୍ୱେ ପୁଣି ନଭେମ୍ବର ୧୬ ତାରିଖରେ ମନ୍ଦିର ଖୋଲିଲେ ପ୍ରତିବାଦକାରୀମାନେ ଏମାନଙ୍କ ପ୍ରବେଶକୁ ବିରୋଧ କରିବା ଆଶା କରଯାଉଛି ।

ଦର୍ଶନ ପାଇଁ ଏ ପର୍ଯ୍ୟନ୍ତ ସମୁଦାୟ ୩. ୫ ଲକ୍ଷ ଲୋକ ପଞ୍ଜିକରଣ କରିଛନ୍ତି । ଯାତ୍ରୀ ମାନଙ୍କ ଯାତାୟତ ଉପରେ ପୁଲିସ ସଦ୍ୟ କଟକଣା ଜାରି କରିଛି । ସେଥିରୁ ଗୋଟାଏ ବିବାଦୀୟ କଟକଣା ହେଲା ସାବରିମାଲାକୁ ଆସୁଥିବା ପ୍ରତ୍ୟେକ ଯାନବାହନ ସେମାନଙ୍କ ବାହାରିବା ସ୍ଥଳରୁ ପୁଲିସ ଅନୁମତି ଆଣିବେ । ଗତ ଅକ୍ଟୋବର ମାସରେ ମନ୍ଦିର ୬ ଦିନ ସକାଶ ଏବଂ ନଭେମ୍ବର ଆଦ୍ୟରେ ୨ ଦିନ ସକାଶ ମନ୍ଦିର ଖୋଲିଥିଲା । ଏହି ସମୟ ମଧ୍ୟରେ ୧୦ ରୁ ୫୦ ବର୍ଷ ବୟସ୍କା କେତେକ ମହିଳା ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରି ଦକ୍ଷିଣପନ୍ଥୀ ସଂଗଠନଗୁଡ଼ିକର ପ୍ରତିବାଦ ଯୋଗୁଁ ବିଫଳ ହେବା ପରେ ପୁଲିସ ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ।