ଅସଲି ଛାତ୍ର ନକଲି କଲେଜ ! ବଲାଙ୍ଗୀରରେ ଯୁକ୍ତ ଦୁଇ ପରୀକ୍ଷାରୁ ବଂଚିତ ହେଲେ ୫୫ ଜଣ ଛାତ୍ରୀ

41

କନକ ବ୍ୟୁରୋ : ସତ ପରୀକ୍ଷାର୍ଥୀ ମିଛ କଲେଜ୍ । କଲେଜ ପ୍ରତିଷ୍ଠାତାଙ୍କ କେଳେଙ୍କାରୀ ଯୋଗୁଁ ଯୁକ୍ତ ଦୁଇ ପରୀକ୍ଷାରୁ ବଂଚିତ ହେଲେ ୫୫ ଜଣ ଛାତ୍ରୀ । ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାର ଏକ କଲେଜରୁ । ଆଉ ଅନê¤ûନ ପରେ ଜଣାପଡିଲା ମାଧ୍ୟମିକ ଶିକ୍ଷା ପରିଷଦର ତାଲିକାରେ ଏହି କଲେଜର ନାଁଗନ୍ଧ ନାହିଁ ।

ଅଭିଯୋଗ ଅନୁଯାୟୀ, କୁହାଯାଇଥିଲା ପରୀକ୍ଷା ଦିନ ମିଳିବ ଆଡମିଟ୍ କାର୍ଡ । ହେଲେ ପରୀକ୍ଷା ଦେବା ପାଇଁ କଲେଜରେ ପହଂଚିଲା ବେଳକୁ ନା’ ଆଡମିଡ୍ କାର୍ଡ ମିଳିଲା ନା’ ପରୀକ୍ଷା ଦେବା ପାଇଁ ମିଳିଲା ସୁଯୋଗ । ପ୍ରତିବାଦରେ କଲେଜ୍ ପରିସରରେ ଭଙ୍ଗାରୁଜା କଲେ ଛାତ୍ରୀ ଏବଂ ରାସ୍ତାରୋକ୍ କଲେ ଅବିଭାବକ । ଆଉ ଏବେ ଏନେଇ ଜିଲ୍ଲାପାଳଙ୍କ ପାଖରେ ଫେରାଦ ବି ହୋଇଛନ୍ତି ।

୨୦୧୫ ମସିହାରେ ଆରମ୍ଭ ହୋଇଥିଲା ଏହି କଲେଜ୍ । ପ୍ରଥମ ବ୍ୟାଚରେ ପଢ଼ୁଥିବା ମୋଟ୍ ୫୫ ଜଣ ଛାତ୍ରୀଙ୍କଠାରୁ ଜଣପିଛା ୨ଟି ପର୍ଯ୍ୟାୟରେ ମୋଟ୍ ୨୦ ହଜାର ଲେଖାଏଁ ଟଙ୍କା ନେଇଥିଲେ କଲେଜ୍ ପ୍ରତିଷ୍ଠାତା ଅନିଲ ଜାଲ୍ । ପ୍ରଥମ ଏବଂ ଦ୍ୱିତୀୟ ବ୍ୟାଚକୁ ମିଶାଇ ବର୍ତମାନ ୧୫୦ରୁ ଅଧିକ ଛାତ୍ରୀ ଏହି ମହିଳା କଲେଜରେ ପାଠ ପଢୁଛନ୍ତି ।

ଏବେ କ’ଣ ହେବ ଏହି ଛାତ୍ରୀଙ୍କ ଭବିଷ୍ୟତ? ଦ୍ୱିତୀୟ ବ୍ୟାଚ୍ରେ ପଢ଼ୁଥିବା ପିଲାଙ୍କ ପାଇଁ କ’ଣ ରହିବ ବିକଳ୍ପ ବ୍ୟବସ୍ଥା ? ବେନାମୀ କଲେଜ୍ ଖୋଲାଖୋଲି ଚାଲିଥିଲେ ବି କେମିତି ଜାଣି ପାରୁନି ପ୍ରଶାସନ । ଏମିତି ଅନେକ ପ୍ରଶ୍ନ ଛିଡ଼ା କରିଛି ବଲାଙ୍ଗୀର କୁଟ୍ରପାଲିର ଅମର ସହିଦ ସମିର ବାରବା ଅନ୍ତ ଜାଲ କଲେଜର ଏହି ଘଟଣା ।