ଲମତାପୁଟ ଅଞ୍ଚଳରୁ ସ୍କର୍ପିଓରୁ ବିପୁଳ ପରିମାଣ ଟଙ୍କା ଜବତ : ଛତିଶଗଡରୁ ଆସୁଥିଲା ୫୧ ଲକ୍ଷରୁ ଅଧିକ ଟଙ୍କା ଧରିଲେ ବିଏସଏଫ ଯବାନ,୨ ଅଟକ

175

କନକ ବ୍ୟୁରୋ : ଛତିଶଗଡରୁ କୋରାପୁଟ ଆସୁଥିବା ଏକ ସ୍କର୍ପିଓରୁ ୫୧ ଲକ୍ଷ ୧୬ ହଜାର ୬୫୦ ଟଙ୍କା ଜବତ ହୋଇଛି । ବିଏସଏଫ ଜବାନମାନେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମାଛକୁଣ୍ଡ ପୁଲିସ ଥାନାର କୋଡ୍ରିମାଳପୁଟ ନିକଟରେ ଏହି ଟଙ୍କା ଜବତ କରିଛନ୍ତି । ବିଏସଏଫ  ଏହି ଟଙ୍କା, ୪ଟି ମୋବାଇଲ ଓ ସ୍କର୍ପିଓ ଜବତ କରିବା ସହ ୨ ଜଣ ଲୋକଙ୍କୁ ଅଟକ ରଖି ଓଡିଶା ପୁଲିସକୁ ହସ୍ତାନ୍ତର କରିଛି ।

ମିଳିଥିବା ସୂଚନା ଅନୁସାରେ ବିଏସଏଫ ଯବାନମାନେ ଡ୍ୟୁଟିରେ ଥିବା ବେଳେ ରାସ୍ତାରେ ଯାଉଥିବା ସ୍କର୍ପିଓକୁ ଦେଖି ସନ୍ଦେହ କରିଥିଲେ । ଗାଡିକୁ ଯାଂଚ କରିବା ସମୟରେ ଏତେ ପରିମାଣର ଟଙ୍କା ମିଳିଥିଲା । ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ତେବେ ଏତେ ପରିମାଣର ଟଙ୍କା କିଏ କାହିଁକି ନେଉ ଥିଲା ? ଛତିଶଗଡର କିଏ ଓଡିଶାର କାହା ପାଖକୁ ଏତେ ଟଙ୍କା ପଠାଉଥିଲା ? ଏସବୁ ପ୍ରଶ୍ନ ଉଠିଥିବା ବେଳେ ଏନେଇ ବର୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।