ପ୍ରଥମ ଥର ପାଇଁ କାଶ୍ମୀରରେ ପଥରଫିଙ୍ଗାଳୀଙ୍କୁ ସାବାଡ କରିବେ ସିଆରପିଏଫର ମହିଳା କମାଣ୍ଡୋ ! ନିୟୋଜିତ ହେବେ ୫୦୦ ମହିଳା ଜବାନ ।

29

କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଆଉ ଏକ କୀର୍ତ୍ତିମାନ ସ୍ତାପିତ କରିଛି । ସିଆରପିଏଫ ପକ୍ଷରୁ ୫୦୦ ଜଣ ମହିଳା କମାଣ୍ଡୋଙ୍କୁ ପ୍ରସ୍ତୁତ କରାଯାଇଛି, ଯେଉଁମାନେ କାଶ୍ମୀରରେ ସ୍ୱତନ୍ତ୍ର ଡ୍ୟୁଟି କରିବା ସହ ଗଣ୍ଡଗୋଳ କରୁଥିବା ଏବଂ ଭିଡ ଭିତରେ ପଥରମାଡ କରୁଥିବା ଅପରାଧୀ ମାନଙ୍କର ସାମ୍ନା କରିବେ ।ଏହି ମହିଳା କମାଣ୍ଡୋ ମାନେ ଶ୍ରୀନଗରର ହମହାମା ସିଆରପିଏଫର ପ୍ରଶିକ୍ଷଣ କେନ୍ଦ୍ରରେ ଅଛନ୍ତି ଏବଂ ସେମାନଙ୍କୁ ଆତଙ୍କବାଦୀ ନିରୋଧକ ଅଭିଯାନ ପାଇଁ ଟ୍ରେନିଂ ଦିଆଯାଉଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା କନେଷ୍ଟବଳ ର୍ୟାଙ୍କର ଅଟନ୍ତି ।

ସବୁବେଳେ ଦେଖାଯାଇଥାଏ କି ଯେତେବେଳେ ସିକ୍ୟୋରିଟି ଫୋର୍ସର ଜବାନ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ପାଇଁ ବାହାରିଥାନ୍ତି ସେତେବେଳେ ଆତଙ୍କବାଦୀ ମାନଙ୍କୁ ବଞ୍ଚାଇବା ପାଇଁ ଅନେକ ଅଞ୍ଚଳରେ ଜବରଦସ୍ତ ପଥରମାଡ କରାଯାଇଥାଏ । ଏବଂ ସବୁଠାରୁ ବଡ କଥା ହେଉଛି ଏହି ପଥରମାଡକାରୀଙ୍କ ମଧ୍ୟରେ କେତେକ ମହିଳାମାନେ ମଧ୍ୟ ସାମିଲ ହୋଇଯାଇଥାନ୍ତି । ଆଉ ଏଥିପାଇଁ ମହିଳା ପଥରମାଡକାରୀଙ୍କୁ ସାମ୍ନା କରିବା ସିକ୍ୟୋରିଟି ଫୋର୍ସର ଜବାନ ମାନଙ୍କ ପାଇଁ କଷ୍ଟକର ହୋଇପଡିଥାଏ ।

ତେବେ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, କାଶ୍ମୀରଘାଟିରେ ମହିଳାକର୍ମୀ ମାନଙ୍କର ଏହା ପ୍ରଥମ ଟିମ୍ ଅଟେ । କିଛି ବର୍ଷ ପୂର୍ବେ ସିଆରପିଏଫର ମହିଳା କର୍ମୀମାନଙ୍କୁ ଛତିଶଗଡ ଏବଂ ଝାରଖଣ୍ଡର ନକ୍ସଲ ବିରୋଧୀ ଅଭିଯାନରେ ସାମିଲ କରାଯାଇଥିଲା । ଅଧିକାରୀଜଣଙ୍କ କହିଛନ୍ତି ଯେ, ୪୫ ଦିନର ପ୍ରଶିକ୍ଷଣ ପରେ ଏହି ମହିଳାମାନଙ୍କୁ ସୀମାରେ ବିକ୍ଷୋଭ କରୁଥିବା ଏବଂ ପଥରମାଡ କରୁଥିବା ଅପରାଧୀ ମାନଙ୍କ ସାମ୍ନା କରିବା ପାଇଁ ଘାଟିରେ ନିୟୋଜିତ କରାଯିବ ।