ପ୍ରଦୂଷଣକୁ କମ୍ କରିବାକୁ ନିଆରା ପ୍ରୟାସ । ୯ ଦିନ ଯାଏଁ କରାଯିବ ଯଜ୍ଞ । ଜଳାଯିବ ୫୦୦ କ୍ୱିଇଣ୍ଟାଲ କାଠ ।

64

ଉତ୍ତରପ୍ରଦେଶର ମେରଠ ରେ ପ୍ରଦୂଷଣରୁ ମୁକ୍ତି ପାଇଁ ଏକ ନିଆରା ପ୍ରୟାସ କରାଯାଉଛି । ଏଠାରେ ଏକ ମହାଯଜ୍ଞ ର ଆୟୋଜନ କରାଯାଇଛି, ଯାହାର ଲକ୍ଷ୍ୟ ରହିଛି ପ୍ରଦୂଷଣକୁ ହ୍ରାସ କରିବା । ଶ୍ରୀ ଆୟୁଚଣ୍ଡି ମହାଯଜ୍ଞ ସମିତି ଦ୍ୱାରା ୯ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହାଯଜ୍ଞ ରବିବାର ଠାରୁ ଆରମ୍ଭ ହୋଇଛି । ଏହାର ଆୟୋଜନ ଭେଂସାଲୀ ଗ୍ରାଉଣ୍ଡରେ କରାଯାଉଛି । ନବରାତ୍ରୀ ସମୟରେ ଏହି ମହାଯଜ୍ଞରେ ପାଖାପାଖି ୫୦୦ କ୍ୱିଇଣ୍ଟାଲ ଆମ୍ବ କାଠ ଜଳାଯିବ ।

ନବରାତ୍ରୀ ସମୟରେ ପ୍ରଦୂଷଣର ସ୍ତରକୁ ହ୍ରାସ କରିବା ଏହି ମହାଯଜ୍ଞର ଉଦ୍ଦେଶ୍ୟ । ସମିତିର ଉପାଧ୍ୟକ୍ଷ ଗିରିଶ ବଂଶଲଙ୍କ କହିବା କଥା ଶାସ୍ତ୍ର ଅନୁସାରେ, ଯଜ୍ଞ ପରିବେଶକୁ ଶୁଦ୍ଧ କରିଥାଏ । ଆଉ ଏଥି ପାଇଁ ବାୟୁ ପ୍ରଦୂଷଣର ସ୍ତର ହ୍ରାସ ହେବାରେ ସହାୟକ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମିତିର ଏହା ମାନବତା ପ୍ରତି ଯୋଗଦାନ ଅଟେ । ଏବଂ ଏହା ଦ୍ୱାରା ଓଜନ ସ୍ତରକୁ ପ୍ରଦୂଷଣରୁ ମୁକ୍ତ ରଖିବାରେ ସହାୟକ ହେବ । ଏହି ମହାଯଜ୍ଞ ପାଇଁ ଗ୍ରାଉଣ୍ଡରେ ୧୦୮ଟି ଯଜ୍ଞକୁଣ୍ଡ ତିଆରି କରାଯାଇଛି ।

ମାର୍ଚ୍ଚ ୨୬ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହାଯଜ୍ଞ ଅନୁଷ୍ଠିତ ହେବ । ପ୍ରତିଦିନ ବୈଦିକ ଭାବନାକୁ ମାନୁଥିବା ବାରାଣାସୀ ଏବଂ ବୃନ୍ଦାବନ ର ପୂଜାରୀ ୧୧ଲକ୍ଷ, ୧୧ହଜାର, ୧୧୧ଟଙ୍କା ଦାନ କରିବେ । ହିନ୍ଦୁ ବିଶ୍ୱାସ ଅନୁସାରେ ଏକ ଯଜ୍ଞ ଦ୍ୱାରା ପରିବେଶକୁ ଶୁଦ୍ଧ କରାଯାଇପାରିବ ।