ସରିଲା ପୁରୁଣା ୫ଶହ ଟଙ୍କିଆ ନୋଟର ଯୁଗ : ଜରୁରୀକାଳୀନ ସେବାରେ ଆଉ ହୋଇପାରିବନି ବ୍ୟବହାର

23

କନକ ବ୍ୟୁରୋ : ଇତିହାସ ହୋଇଗଲା ପୁରୁଣା ୫ ଶହ ନୋଟ୍ । ଏଣିକି ଆଉ ଚଳିବନି ପୁରୁଣା ନୋଟ୍ । ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଗଲା ପୁରୁଣା ୫ଶହ ଟଙ୍କିଆ ନୋଟର ବ୍ୟବହାର । ଜରୁରୀକାଳୀନ କ୍ଷେତ୍ରରେ ବି ଆଉ ଏହା ଚଳିବ ନାହିଁ ।

ତେବେ ଡିସେମ୍ବର ୩୦ ତାରିଖ ଯାଏଁ ୫ଶହ ଟଙ୍କିଆ ନୋଟକୁ ଲୋକେ ବ୍ୟାଙ୍କ ଖାତାରେ ଜମା କରିପାରିବେ । ପୂର୍ବରୁ ହଜାରେ ଟଙ୍କିଆ ନୋଟ୍ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇସାରିଛି ।