ଭୁବନେଶ୍ୱର ଆରବିଆଇରେ ପହଁଚିଲା ୫୦୦ଟଙ୍କିଆ ନୋଟ୍ : କଟକ ଭୁବନେଶ୍ୱରରେ ସଂଧ୍ୟା ସୁଦ୍ଧା ମିଳିବ ନୂଆ ନୋଟ୍

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ଆରବିଆଇ ଶାଖାକୁ ଆସିଲା ନୂଆ ୫ଶହ ଟଙ୍କିଆ ନୋଟ୍ । ଆଜି ସଂଧ୍ୟା ସୁଦ୍ଧା କଟକ ଓ ଭୁବନେଶ୍ୱରର ବ୍ୟାଙ୍କ ଗୁଡକରେ ଏହା ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ତେବେ ଆସନ୍ତାକାଲି ସୁଦ୍ଧା ରାଜ୍ୟର ଅନ୍ୟ ଅଂଚଳରେ ଏହା ଗ୍ରାହକଙ୍କୁ ମିଳିବ । ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଜିଏମ ସାରଦା ପ୍ରସନ୍ନ ମହାନ୍ତି ।

ଏହାସହ ୧୦ଟଙ୍କିଆ କଏନ ଅଚଳ ଗୁଜବକୁ ବିଶ୍ୱାସ ନକରିବା ପାଇଁ ଆରବିଆଇ ଜିଏମ ପରାମର୍ଶ ଦେଇଛନ୍ତି । ତେବେ ଖୁଚୁରା ବ୍ୟବସାୟୀଙ୍କୁ ୧୦ଟଙ୍କିଆ କଏନ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛନ୍ତି ଆରବିଆଇ ଜିଏମ ସାରଦା ପ୍ରସନ୍ନ ମହାନ୍ତି ।