ଆଜି ମଧ୍ୟରାତ୍ରୀରୁ ଇତିହାସ ପାଲଟିବ ପୁରୁଣା ୫୦୦ ଟଙ୍କିଆ ନୋଟ୍ : କେବଳ ବ୍ୟାଙ୍କରେ ଜମା କରିହେବ ପୁରୁଣା ନୋଟ୍

33

କନକ ବ୍ୟୁରୋ : ଆଜି ମଧ୍ୟରାତ୍ରୀରୁ ପୁରୁଣା ୫ଶହ ଟଙ୍କିଆ ନୋଟ ବ୍ୟବହାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ । ଇତିହାସ ପାଲଟିଯିବ ପୁରୁଣା ନୋଟ୍ । କୌଣସି କ୍ଷେତ୍ରରେ ମଧ୍ୟ ପୁରୁଣା ୫ ଶହ ଟଙ୍କିଆ ନୋଟକୁ ଆଉ ବ୍ୟବହାର କରାଯାଇପାରିବ ନାହିଁ । ୟୁଟିଲିଟି ବିଲ୍ ଓ ମୋବାଇଲ୍ ବିଲ୍ ଆଦି ପ୍ରଦାନ ପାଇଁ ପୁରୁଣା ନୋଟକୁ ଡିସେମ୍ବର ୧୫ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବ୍ୟବହାର କରିବାକୁ ସରକାର ଅନୁମତି ପ୍ରଦାନ କରିଥିଲେ । ଆଜି ଏହି ସମୟ ସୀମା ଶେଷ ହେଉଛି ।

ସରକାର ଏହି ସମୟ ସୀମାକୁ ବଢ଼ାଇ ନାହାଁନ୍ତି । ତେବେ ପାଖରେ ଥିବା ୫୦୦ ଟଙ୍କିଆ ନୋଟକୁ ଲୋକମାନେ ବ୍ୟାଙ୍କ ଖାତାରେ ଜମା କରିପାରିବେ । ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଅର୍ଥାତ ଶୁକ୍ରବାରଠାରୁ ଲୋକମାନେ ଆଉ ଔଷଧ କିଣିବା, ବିଦ୍ୟୁତ୍ ଓ ପାଣି ବିଲ୍ ପ୍ରଦାନ କରିବା ପାଇଁ ୫୦୦ ଟଙ୍କିଆ ନୋଟକୁ ବ୍ୟବହାର କରିପାରିବେ ନାହିଁ । ପୂର୍ବରୁ ହଜାରେ ଟଙ୍କିଆ ନୋଟ ଉପରେ କଟକଣା ଲାଗିସାରିଛି ।