ଏଣିକି ଜୋରରେ ହର୍ଣ୍ଣ ମାରିଲେ ଦେବାକୁ ପଡିବ ଫାଇନ୍ ! ଶବ୍ଦ ପ୍ରଦୂଷଣ ରୋକିବାକୁ ନୂଆ ନିୟମ

34

ବସ ଡ୍ରାଇଭର ସାବଧାନ । ଏଣିକି ହର୍ନ ମାରିଲେ ଆପଣଙ୍କୁ ଫାଇନ ଦେବାକୁ ପଡିବ । ରାଜଧାନୀ ଦିଲ୍ଲୀରେ ଏଭଳି ନୂଆ ନିୟମ ପ୍ରଚଳିତ ହେବାକୁ ଯାଉଛି । ଦିଲ୍ଲୀ ପରିବହନ ବିଭାଗ ଏଭଳି ନିଷ୍ପତି ନେଇଛି । ଦିଲ୍ଲୀର ଆଇଏସବିଟି ଅଥାର୍ତ ଦିଲ୍ଳୀରୁ ବିଭିନ୍ନ ରାଜ୍ୟକୁ ଚଳାଚଳ କରୁଥିବା ବସ ରହିବା ପାଇଁ ଉଦ୍ଦିଷ୍ଟ ଥିବା ବସ ଷ୍ଟାଣ୍ଡରେ ଏଭଳି ନିୟମ ଲାଗୁ କରାଯାଇଛି । ଯଦି ବସଷ୍ଟାଣ୍ଡରେ ଡ୍ରାଇଭର ଅଧିକ ଜୋରରେ ହର୍ଣ୍ଣ ବଜାଏ ତେବେ ଏଥିପାଇଁ ୫୦୦ ଟଙ୍କା ଫାଇନ ଦେବାକୁ ପଡିବ । କେବଳ ହର୍ଣ୍ଣ ପାଇଁ ନୁହେଁ ଯଦି କୌଣସି ବସ୍ କଣ୍ଡକ୍ଟର ଜୋର ପାଟିରେ ଯାତ୍ରୀଙ୍କୁ ତାଙ୍କ ବସରେ ବସିବା ପାଇଁ ଡାକେ ତେବେ ୧୦୦ ଟଙ୍କା ଫାଇନ ଦେବାକୁ ପଡିବ । ଦିଲ୍ଲୀରେ ଏବେ ପ୍ରଦୂଷଣର ମାତ୍ରା ବଢି ବଢି ଚାଲିଛି । ସେ ଶବ୍ଦ ପ୍ରଦୂଷଣ ହେଉ ଅବା ବାୟୁ ପ୍ରଦୂଷଣ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଶବ୍ଦ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ପରିବହନ ବିଭାଗ ଏଭଳି ନିଷ୍ପତି ନେଇଛି ।

ଏହାପୂର୍ବରୁ ଦିଲ୍ଳୀରେ ପ୍ରଦୂଷଣ ରୋକିବାକୁ ସୁପ୍ରିମକୋର୍ଟ ଦିପାବଳୀରେ ଦିଳ୍ଲୀ ଏନସିଆରରେ ବାଣ ବିକ୍ରି ଉପରେ ରୋକ ଲଗାଇଥିଲେ । ଦିଲ୍ଲୀରେ ଏବେ ପ୍ରଦୂଷଣର ମାତ୍ରା ବହୁତ ଅଧିକ ରହିଛି । ପ୍ରତିବର୍ଷ ଦୀପାବଳିରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବହୁତ ଅଧିକ ରହିଥାଏ । ତେଣୁ ଦିଲ୍ଲୀ ସହରରୁ ପ୍ରଦୂଷଣର ମାତ୍ରା କମ କରିବାକୁ ସୁପ୍ରିମକୋର୍ଟ ଏଭଳି ରାୟ ଦେଇଥିଲେ ।