୫୦ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ! ଜାଣନ୍ତୁ କେଉଁ କ୍ଷେତ୍ରରେ ଏବଂ କେବେ ହେବ ବିଜ୍ଞପ୍ତି ।

26
ଯେଉଁଭଳି ଭାବରେ ଡିଜିଟାଲାଇଜେସନ ବଢି ଚାଲିଛି, ଠିକ ସେହି ଭଳି ଭାବରେ ବୈଷୟିକ କ୍ଷେତ୍ରରେ ରୋଜଗାରର କ୍ଷମତା ମଧ୍ୟ ବଢିବାରେ ଲାଗିଛି । ସେହିଭଳି ଗତ କିଛି ବର୍ଷ ହେବ ସାଇବର ସୁରକ୍ଷା, କ୍ଲାଉଡ କମ୍ପ୍ୟୁଟିଂ ଏବଂ ଡାଟା ଏଣ୍ଟ୍ରି ପେସାଦାର ମାନଙ୍କର ଚାହିଦା ବଢିଛି । ତେବେ ଅନ୍ତରାଷ୍ଟ୍ରୀୟ ଡାଟା କର୍ପୋରେସନ (ଆଇଡିସି) ଅନୁଯାୟୀ, ଏହି କ୍ଷେତ୍ରରେ ୨୦୨୭ ସୁଦ୍ଧା ପ୍ରାୟ ୫୦ ଲକ୍ଷରୁ ଅଧିକ ନିଯୁକ୍ତି ହେବା ନେଇ ଆଶା ପ୍ରକଟ କରାଯାଇଛି ।
ଆଇଡିସିର ଏକ ସର୍ଭେରୁ ସାମ୍ନାକୁ ଆସିଥିବା ତଥ୍ୟ ଅନୁଯାୟୀ, ସାଇବର ସୁରକ୍ଷା, କ୍ଲାଉଡ କମ୍ପ୍ୟୁଟିଂ ଏବଂ ଡାଟା ଏଣ୍ଟ୍ରି ଭଳି ସେକ୍ଟରରେ ଖୁବ କମ ଅନୁଭବୀ ଲୋକ ରହିଛନ୍ତି  ।  ତେଣୁ ଏହାକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଲୋକମାନଙ୍କୁ କାର୍ଯ୍ୟକ୍ଷମ କରାଇବା ପାଇଁ  ଡାଟା ପ୍ରବନ୍ଧନ, ବିଶ୍ଲେଷଣ, ସାଇବର ସୁରକ୍ଷା, ବୈଷୟିକ କ୍ଷେତ୍ର ଇତ୍ୟାଦିରେ  ସୁଯୋଗ ଦିଆଯିବାର ବ୍ୟବସ୍ଥା କରାଯାଉଛି ।
ମିଳିଥିବା ସର୍ଭେ ରିପୋର୍ଟ ଅନୁଯାୟୀ, ବୈଷୟିକ କ୍ଷେତ୍ରରେ ଆସନ୍ତା ଦଶ ବର୍ଷ ମଧ୍ୟରେ ୨୯ ଲକ୍ଷ ନିଯୁକ୍ତି ପତ୍ର ବାହାରିବାକୁ ଥିବା ବେଳେ ଉତ୍ତର ଆମେରିକାରେ ୧୨ ଲକ୍ଷ ଏବଂ ଆମେରିକାରେ ୬ ଲକ୍ଷରୁ ଅଧିକ ରୋଜଗାର ପାଇଁ ଏହି କ୍ଷେତ୍ରରେ ନିଯୁକ୍ତି ମିଳିପାରେ ।  ଆଇଡିସିର ଉପସଭାପତି କୁଶିଂଗ ଆଣ୍ଡରସନଙ୍କ କହିବା ମୁତାବକ, ବଦଳୁଥିବା ଡିଜିଟାଲ ଇଣ୍ଡଷ୍ଟ୍ରୀ, ଏକ ରୋଜଗାର ପନ୍ଥା ବାହାର କରିବାକୁ ଯାଉଛି । ବୈଷୟିକ କ୍ଷେତ୍ରରେ ଚାକିରିରେ ଇଚ୍ଛୁକଥିବା ଲୋକ ମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ ।