ହିମାଚଳ ବନ୍ୟାରେ ଫଶି ରହିଥିବା ୫୦ ଆଇଆଇଟି ଛାତ୍ରଛାତ୍ରୀ ଏବଂ ଜର୍ମାନର ଜଣେ ଦମ୍ପତିଙ୍କୁ ଉଦ୍ଧାର କଲେ ଭାରତୀୟ ବାୟୁ ସେନା ।

40

ହିମାଚଳ ପ୍ରଦେଶରେ ପ୍ରବଳ ବନ୍ୟାରେ ଫଶି ରହିଥିବା ପ୍ରାୟ ୫୦ ଜଣ ଆଇଆଇଟି ରୁରକୀ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏହା ସହିତ ୫ ଜଣ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଓ ୨ ଜଣ ଜର୍ମାନ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ଜିଲ୍ଲା ପ୍ରଶାସନ ଓ ସୀମା ସଡ଼କ ସଂଗଠନ ପକ୍ଷରୁ କରାଯାଇଥିବା ମିଳିତ ଅପରେସନରେ ଏହି ଉଦ୍ଧାର କରାଯାଇଛି ।

ସୂଚନା ମୁତାବକ, ଦୁଇ ଜଣ ଜର୍ମାନ ନାଗରିକଙ୍କୁ ବାୟୁସେନା ପକ୍ଷରୁ ଉଦ୍ଧାର କରାଯାଇଛି । ଆଇଆଇଟି ଛାତ୍ରଛାତ୍ରୀମାନେ ପ୍ରବଳ ବର୍ଷା ଯୋଗୁଁ ପାଣି ମାଡିଆସିବାରୁ ପାହାଡିଆ ଇଲାକାରେ ଜଳବନ୍ଦୀ ହୋଇ ରହିଯାଇଥିଲେ । ଅନ୍ୟପକ୍ଷରେ ଏହି ବନ୍ୟାରେ ପ୍ରାୟ ୫୦୦ ଲୋକ ଫଶି ରହିଛନ୍ତି । ସେମାନଙ୍କୁ ଆସନ୍ତା କାଲି ବାୟୁସେନା ପକ୍ଷରୁ ଉଦ୍ଧାର କରାଯିବ । ଭାରତୀୟ ବାୟୁସେନା ହିମାଚଳ ପ୍ରଦେଶର ଲାହୋଲ ସ୍ପିତି ଅଂଚଳରେ ଏକ ସାହସିକ ଅପରେସନ କରି ବରଫ ଝଡ଼ ମଧ୍ୟରେ ଫସିରହିଥିବା ଦୁଇଜଣ ଜର୍ମାନ ନାଗରିକଙ୍କୁ ଉଦ୍ଧାର କରିଛି । ଏହି ଦୁଇଜଣ ଜର୍ମାନ ନାଗରିକ ହେଉଛନ୍ତି ମାଇକେଲ ଓ ତାଙ୍କ ପତ୍ନୀ ଆନେଟ୍ । ସେମାନେ ଲାହୋଲ-ସ୍ପୀତି ଅଞ୍ଚଳର ପିଙ୍ଗଡଂ ଲା ଅଞ୍ଚଳରେ ଥିବା ରିଂଡମ ରୁ ଡିବଲିଂ ପର‌୍ୟ୍ୟନ୍ତ ଟ୍ରେକିଂ କରୁଥିବାବେଳେ ବରଫ ଝଡ଼ ମଧ୍ୟରେ ଫସିଯାଇଥିଲେ । ପ୍ରାୟ ଦୁଇଦିନ ଧରି ସେମାନେ ବରଫ ମଧ୍ୟରେ ଫସି ରହିଥିଲେ ।