ବାପାଙ୍କୁ କନ୍ଦାଇଦେଲା ପୁଅ ! ଚିରିଦେଲା ୫ ଲକ୍ଷ ଟଙ୍କାର ନୋଟ୍

37

ସାଧାରଣତଃ ଛୋଟ ପିଲାମାନେ ଏକା ଥିବା ବେଳେ ଘର କାନ୍ଥରେ ଗାରେଇଥାନ୍ତି । ନଚେତ୍ ପାଖରେ ଥିବା ପେପର୍ ଚିରିଥାନ୍ତି କିମ୍ବା ଅନ୍ୟ କୌଣସି ଜିନିଷ ଭଙ୍ଗାରୁଜା କରିଥାନ୍ତି । କିନ୍ତୁ ଚୀନର ଏକ ୫ ବର୍ଷର ଶିଶୁ ଏମିତି ଏକ କାର୍ଯ୍ୟ କରିଛି ଯାହା ଆପଣଙ୍କ ଚିନ୍ତାଶକ୍ତି ବାହାରେ ।

ଘରେ ଏକା ଥିବା ଅବସ୍ଥାରେ ଶିଶୁଟି ନିଜ ବାପାଙ୍କ ଡ୍ର ରୁ ପ୍ରାୟ ୫ଲକ୍ଷ ଟଙ୍କା ବାହାର କରି ଚିରି ଦେଇଛି । ଯେତେବେଳେ ବ୍ୟକ୍ତି ଜଣକ ଘରେ ପହଂଚି ଦେଖିଲେ ପୁଅ ସମସ୍ତ ଟଙ୍କା ଚିରି ଦେଇଛି କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ । ତଥାପି ନିଜକୁ ନିୟନ୍ତ୍ରଣ କରି ଚିରା ଯାଇଥିବା ଟଙ୍କା ମଧ୍ୟରୁ କିଛି ଧରି ବ୍ୟାଙ୍କରେ ପହଂଚିଥିଲେ ବଦଳାଇବା ପାଇଁ । କିନ୍ତୁ ବ୍ୟାଙ୍କ୍ କର୍ମଚାରୀ କହିଥିଲେ ଚିରାଯାଇଥିବା ସମସ୍ତ ଟଙ୍କା ଆଣିଲେ ହିିଁ ବଦଳାଇପାରିବେ  ।  ଆଶ୍ଚର୍ଯ୍ୟର କଥା ବ୍ୟକ୍ତି ଜଣକ ପିଲାଟି ଉପରେ ନା ରାଗି ଥିଲେ ନା ଦୋଷ ଦେଇଥିଲେ । ବରଂ କହିଥିଲେ, ସେ ଅବୋଧ । ଠିକ୍ , ଭୁଲ୍ ଏବଂ ଭଲ , ମନ୍ଦର ଫରକ ଏଯାଏଁ ଜାଣି ନାହିଁ ।

ସୌଜନ୍ୟ – ଇଣ୍ଡିଆନ୍ଏକ୍ସପ୍ରେସ୍