ଆରଏସପି ବର୍ଜ୍ୟ ନାଳ ଅଂଚଳରେ ଜଣେ ନାବାଳକ ସମେତ ୫ ନିଖୋଜ ! ସୂଚନା ମିଳିବା ପରେ ଉଦ୍ଧାର ପାଇଁ ପ୍ରଶାସନର ଉଦ୍ୟମ

34

କନକ ବ୍ୟୁରୋ: ରାଉଲକେଲା ଶୀତଳପଡାର ନିଖୋଜ ୫ ଜଣ ଯୁବକଙ୍କ ଉଦ୍ଧାର କାମ ଆରମ୍ଭ କରିଛି ପ୍ରଶାସନ । ଗତ ୩ ତାରିଖରୁ ଏହି ଯୁବକମାନେ ଆରଏସପି ବର୍ଜ୍ୟ ନାଳ ଅଂଚଳରେ ନିଖୋଜ ଥିବା କୁହାଯାଉଛି । ସ୍ଥାନୀୟ ଜଣେ ନାବାଳକଙ୍କଠାରୁ ଏହି ଯୁବକମାନଙ୍କ ନିଖୋଜ ନେଇ ସୂଚନା ପାଇବା ପରେ ଉଦ୍ଧାର ପାଇଁ ଉଦ୍ୟମ ହେଉଛି । ଏହା କାମରେ ପ୍ଲାଂଟ କର୍ମଚାରୀ, ପୋଲିସ, ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି । ଗତ ୩ ତାରିଖରେ ଶୀତଳପଡାର କ୍ରୀଷ୍ଣା ବଢେଇ, ସୁରେଶ ସିଂ, ସୂରଜ କର୍ମୀ, ରାଜୁ ନାଏକ ଏବଂ ଜଣେ ନାବାଳକ ଥିବା ଜଣାପଡିଛି ।

ସୂଚନା ମୁତାବକ, ଗତ ୩ ତାରିଖରେ ଶୀତଳପଡ଼ାର ୫ ଯୁବକ କ୍ରୀଷ୍ଣା ବଢ଼େଇ (୨୩), ସୁରେଶ ସିଂ (୨୫), ସୂରଜ କୁରମି (୨୮) ଓ ରାଜୁ ନାଏକ (୨୭) ଘରୁ ବାହାରିଯାଇ ଆଉ ଫେରି ନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ବି ସେମାନଙ୍କ କୌଣସି ସନ୍ଧାନ ମିଳି ନଥିଲା। ତେବେ ସମସ୍ତଙ୍କ ସନ୍ଦେହ ଆରଏସପିର ୯ ନମ୍ବର ଆଉଟଫଲ୍ ଡ୍ରେନ୍ ହିଁ କେନ୍ଦ୍ରୀଭୂତ ଥିଲା। ନିଖୋଜ ଯୁବକଙ୍କ ସମ୍ପର୍କରେ ସୂଚନା ପାଇଁ ଜଣେ ନାବାଳକ ସହ ଅନ୍ୟ ୫ ଜଣ ସେଠାରେ ଖୋଜା ଖୋଜି କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ସେହି ନଳା ଭିତରେ ପଶିଥିଲେ। କିନ୍ତୁ ସେଥିରେ ସଫଳ ହୋଇ ନ ଥିଲେ।

ଏବେ ନାବାଳକର ସୂଚନା ପରେ ନିଖୋଜ ସମ୍ପର୍କରେ ସନ୍ଦେହ ସ୍ପଷ୍ଟ ହେବାରେ ଲାଗିଛି। ଅନ୍ୟପକ୍ଷରେ, ଯୁବକମାନଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ଓ ସମ୍ପୃକ୍ତ ନାବାଳକର ବୟାନ ପରେ ତାକୁ ସାଥୀରେ ନେଇ ପୁଲିସ ଆର୍ଏସ୍ପିର ଆଉଟଫଲ୍ ଡ୍ରେନ୍ ପାଖକୁ ଯାଇ ତଦନ୍ତ କରିଛି। ଯୁବକମାନଙ୍କ ନିଖୋଜ ପଛରେ ଜଣେ ସ୍କ୍ରାପ୍ ବେପାର ଦାୟୀ ବୋଲି ଚର୍ଚ୍ଚା ହେଉଛି।