୫ଦିନ ପରେ ମିଳିଲା ନିଖୋଜ ଶିଶୁ କନ୍ୟାର ମୃତଦେହ ! ହତ୍ୟା ଅଭିଯୋଗରେ ତାତିଲେ ଗ୍ରାମବାସୀ, ପୁଲିସକୁ ଆକ୍ରମଣ

26

କନକ ବ୍ୟୁରୋ : ୫ ବର୍ଷର ଶିଶୁ କନ୍ୟାର ଅସ୍ୱାଭିକ ମୃତ୍ୟୁକୁ ନେଇ ମାଲକାନଗିରି ଜିଲ୍ଲା ଏମ.ଭି ୨୩ ଗାଁ ରେ ଉତ୍ତେଜନା ଦେଖା ଦେଇଛି । ଅଭିଯୁକ୍ତର ଗିରଫ ଦାବି ନେଇ ପୁଲିସ୍ ଓ ଗ୍ରାମବାସୀ ଧସ୍ତାଧସ୍ତି ହୋଇଛନ୍ତି । ଗତ ଦୁଇ ଦିନ ଧରି ସ୍ଥାନୀୟ ବାସିନ୍ଦା ନିଶିକାନ୍ତ ଘରାମିଙ୍କ ୫ ବର୍ଷ ର କନ୍ୟା ସନ୍ତାନ ନିଖୋଜ ହେବା ପରେ ମାଲକାନଗିରି ଥାନାରେ ଏତଲା ଦିଆଯାଇଥିଲା । ଖୋଜା ଖୋଜି କରିବା ପରେ ଶିଶୁ କନ୍ୟାଟିର ମୃତ ଦେହ ଗାଁ ପୋଖରି ହୁଡାରୁ ଉଦ୍ଧାର କରିଥିଲେ ଗ୍ରାମବାସୀ ।

ଏହା ଏକ ହତ୍ୟାକାଣ୍ଡ ବୋଲି ଗ୍ରାମବାସୀ ଅଭିଯୋଗ କରି ଦୁଇ ପଡୋଶୀ ଶୋଭାରାଣୀ ମଣ୍ଡଳ ଓ ସୁଜନ ମଣ୍ଡଳକୁ ଅଟକ ରଖି ଥିଲେ । ତେବେ ପୁଲିସ୍ ଘଟଣାସ୍ଥଳରେ ପହଁଚି ଅଭିଯୁକ୍ତଙ୍କୁ ଧରିବାରେ ବିଳମ୍ବ କରୁ ଥିବାରୁ ପୁଲିସ ଉପରେ ଆକ୍ରମଣ କରି ଥିଲେ ଏମ.ଭି. ୨୩ ଗ୍ରାମବାସୀ । କିଛି ସମୟ ଉତ୍ତେଜନା ଲାଗିରହିବା ପରେ ପୁଲିସ୍ ଦୁଇ ଅଭିଯୁକ୍ତଙ୍କୁ ଧରି ଗାଁରୁ ଫେରି ଥିଲେ । ତେବେ ମୃତକଙ୍କ ପରିବାର ଲୋକଙ୍କ ଏତଲାକୁ ଆଧାର କରି ତଦନ୍ତ କରୁଛି ମାଲକାନଗିରି ପୁଲିସ୍ ।