ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କୁ ୧କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବା ପାଇଁ ବୀମା କମ୍ପାନୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ।

43

କନକ ବ୍ୟୁରୋ : ଦୁର୍ଘଟଣାରେ ଆଖି ହରାଇଥିବା ବ୍ୟକ୍ତିଙ୍କୁ ୧କୋଟି ଟଙ୍କା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ । ପାଖାପାଖି ଦୁର୍ଘଟଣା ହେବାର ୫ ବର୍ଷ ପରେ ଏପରି ଐତିହାସିକ ରାୟ ଶୁଣାଇଛନ୍ତି କୋର୍ଟ । ମିଳିଥିବା ସୂଚନା ଅନୁସାରେ ତାମିଲନାଡୁର ତିରିପୁରର ଏକ ଅଦାଲତ ନିଜର ରାୟ ଶୁଣାଇ କହିଛନ୍ତି କି ଦୁର୍ଘଟଣାରେ ନିଜର ମୂଲ୍ୟବାନ ଅଙ୍ଗ ହରାଇଥିବା ୪୭ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ବୀମା କମ୍ପାନୀ ୧କୋଟି ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବ । ସେଠାକାର ଅତିରିକ୍ତ ଜିଲ୍ଲା ଦୈାରାଜଜ ଏପରି ରାୟ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ୨୦୧୩ ମସିହାରେ ଭୂପତି ନାମକ ଜଣେ ବ୍ୟକ୍ତିଙ୍କର ଦୁର୍ଘଟଣାରେ ଆଖି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଥିଲା ।

 

ତେବେ ଏହାପରେ ସେ କୋର୍ଟରେ ମାମଲା କରିଥିଲେ । ତେବେ ତଦନ୍ତରୁ ଜଣାପଡିଲା ଯେ, ଭୂପତି ନିଜ ପତ୍ନୀଙ୍କ ସାଙ୍ଗରେ ରାସ୍ତାରେ ଯିବା ବେଳେ ଅପର ପାଶ୍ୱର୍ରୁ ଏକ ଗାଡି ଆସି ତାଙ୍କୁ ବାଡେଇ ଦେଇଥିଲା । ପରେ ସେ ଗୁରୁତର ଆହତ ହୋଇ ନିକଟସ୍ଥ ଏକ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ଜଣାପଡିଥିଲା କି ତାଙ୍କର ଆଖି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । ତେବେ ଏହାପରେ କୋର୍ଟରେ ମାମଲା ଚାଲିଥିଲା । ପରେ ମାମଲାର ସମ୍ପୂର୍ଣ୍ଣ ବିଚାର କରି କୋର୍ଟ ଏପରି ରାୟ ଶୁଣାଇଛନ୍ତି । ରାୟ ଆସିବା ପରେ ଭୂପତିଙ୍କ ପରିବାର ଲୋକ ରାୟକୁ ସ୍ୱାଗତ କରିଛନ୍ତି । ତେବେ କୋର୍ଟଙ୍କ ଏପରି ରାୟ ଭାରତରେ ପ୍ରଥମ ବୋଲି କେହି କେହି କହିଛନ୍ତି ।