୫ ବର୍ଷୀୟ କୁନି ପୁଅ ରଚିଲା ଇତିହାସ ! ୪,୧୦୫ଟି ପୁଶ୍ ଅପ୍ ମାରି ସ୍ଥାପନ କଲା ବିଶ୍ୱ ରେକର୍ଡ ।

167

ଆଜି ଆମେ ଆପଣଙ୍କୁ ଏମିତି ଜଣେ ଶିଶୁ ବିଷୟରେ କହିବୁ, ଯେଉଁ ଶିଶୁର ବୟସ ମାତ୍ର ୫ ବର୍ଷ । କିନ୍ତୁ ସେ କରିଥିବା କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଯଦି ଆପଣ କାହାକୁ ବୟସ ଏବଂ ଶରୀର ଦେଖି ତାର କ୍ଷମତା ବାବଦରେ ବିଚାର କରୁଛନ୍ତି, ତେବେ ଏହି ଘଟଣା ଜାଣିବା ପରେ ଆପଣ ନିଜ ଚିନ୍ତାଧାରା ବଦଳାଇଦେବେ । ତେବେ ପ୍ରକୃତ ଘଟଣା ହେଉଛି, ରୁଷରେ ରହୁଥିବା ଜଣେ ୫ ବର୍ଷୀୟ ବାଳକ ପୁଶ ଅପରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଯେଉଁଠି ସେ ୪ ହଜାରରୁ ଅଧିକ ପୁଶ ଅପ୍ ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଆସନ୍ତୁ ଜାଣିବା ଏହି କୁନି ପୁଅଟି ବିଷୟରେ ।

୫ ବର୍ଷୀୟ ଏହି ପିଲାଟିର ନାମ ହେଉଛି, ରାଖିମ୍ କୁରାୟବ । ରାଖିମକୁ ଛୋଟ ବେଳୁ ହିଁ ବ୍ୟାୟାମ୍ କରିବାର ଅଭ୍ୟାସ ଥିଲା । ଏବଂ ବଡି ବିଲଡିଂର ମଧ୍ୟ ଅଭ୍ୟାସ ରଖିଥିଲା ଏହି କୁନି ପୁଅ । ଆଉ ଏହି ଅଭ୍ୟାସ ଦ୍ୱାରା ରାଖିମ୍, ୨ ଘଣ୍ଟା ୨୫ ମିନିଟରେ ୪ ହଜାର୧୦୫ଟି ପୁଶ ଅପ୍ ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ଏହି ସଫଳତା ପରେ ରାଖିମକୁ ସବୁଆଡୁ ଛୁଟିଛି ଅଭିନନ୍ଦନର ସୁଅ । ଏପରିକି ଏହି ଘଟଣା ବାବଦରେ ଜାଣିବା ପରେ ରୁଷ ସେନାର ଲେଫ୍ଟନାଣ୍ଟ ରମଜାନ କଦ୍ଦରୋବ ତାଙ୍କୁ ଏକ ମର୍ସିଡିଜ୍ କାର ଗିଫ୍ଟ କରିଛନ୍ତି । ଏହି କାରଟିର ଦାମ୍ ଭାରତୀୟ ମୁଦ୍ରାରେ ପାଖାପାଖି ୨୬ ଲକ୍ଷ ଟଙ୍କା ହେବ । ଏହା ସହ ରାଖିମ୍, ସବୁଠାରୁ ଅଳ୍ପ ବୟସରେ ଅଧିକ ପୁଶ ଅପ୍ ମାରୁଥିବା ପିଲା ହୋଇଯାଇଛନ୍ତି । ଏହି ସଫଳତା ଦ୍ୱାରା ବିଶ୍ୱ ରେକର୍ଡ ସ୍ଥାପନ କରିଛି ରାଖିମ୍ ।