ପ୍ରଖର ସ୍ମୃତିଶକ୍ତିର ଅଧିକାରୀ ! ୫ ବର୍ଷିୟ ଋଷିଙ୍କ ପାଖରେ ରହିଛି ସବୁ ପ୍ରଶ୍ନର ଉତ୍ତର

44

୫ବର୍ଷିୟ ଋଷିର ସ୍ମୃତିଶକ୍ତି ଏତେ ପ୍ରଖର ଯେ, ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହେଉଛି । ଯାହାବି ପ୍ରଶ୍ନ ଆପଣ ଏହି ଛୋଟ ପିଲାଟିକୁ ପଚାରିବେ , ସେ ଚଟାପଟ୍ ଉତ୍ତର ଦେଇଦେବେ । ଖାଲି ରାମାୟଣ ଓ ମହାଭାରତର ଶ୍ଲୋକ ନୁହେଁ ଦେଶର ଭୂଗୋଳ , ସଂସ୍କୃତି ଓ ଗଣିତ ଉପରେ ମଧ୍ୟ ତାଙ୍କର ରହିଛି ଅନେକ ଜ୍ଞାନ । ସେ କେନ୍ଦ୍ରୀୟ କ୍ୟାବିନେଟ୍ , ହରିଆଣା କ୍ୟାବିନେଟ୍ ବ୍ୟତୀତ , ଦେଶର ସବୁ ରାଜ୍ୟଗୁଡିକରେ ରାଜଧାନୀ ଓ ମୁଖ୍ୟମନ୍ତ୍ରୀ ଆଦିଙ୍କ ନାଁ ମନେରଖିଛନ୍ତି ।

ଋଷିଙ୍କ ପରିବାର ମୂଳ ରୂପରେ ରାଜସ୍ଥାନର ଧୈାଳପୁରରେ ରୁହନ୍ତି । ପରିବାର ଗତ ୧୬ ବର୍ଷ ହେଲା ଗୁଡଗାଁଓର ରାଜୀବ କଲୋନୀରେ ରହୁଛନ୍ତି । ୟୁକେଜିର ଛାତ୍ର ଋଷି ନାହରପୁର ରୁପା ରୋଡ ସ୍ଥିତ ଗୋଲ୍ଡ ଫିଲ୍ଡ ପବ୍ଲିକ୍ ସ୍କୁଲରେ ପଢନ୍ତି । ତାଙ୍କର ପିତା ହୀରା କହିଛନ୍ତି କି ଋଷିଙ୍କର ଆରମ୍ଭରୁ ମୋବାଇଲରେ ଗେମ୍ ଖେଳିବା ସଉକ ଥିଲା । ଟିଭିରେ ଥରେ କିଛି ଯଦି ଦେଖି ନିଏ ,ତାକୁ ଭୁଲେ ନାହିଁ । ଋଷିକୁ ଦେଶର ସବୁ କେନ୍ଦ୍ର ମନ୍ତ୍ରୀଙ୍କର ନାମ , ପଦ ଓ ପୋର୍ଟଫୋଲିୟୋ ମଧ୍ୟ ପୁରାପୁରି ମନେରହିଛି ।

ଦେଶର ସବୁ ରାଜ୍ୟଗୁଡିକର ରାଜଧାନୀ ସହ ଆମେରିକା , ଜାପାନା , ଚୀନ , ଆଫ୍ରିକା ଆଦି ୧୫ଟି ଦେଶର ରାଜଧାନୀ, ଏହାର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ତା’ର ଭୌଗୋଳିକ ସ୍ଥିତିର ମଧ୍ୟ ପୁରା ସୂଚନା ରଖିଛନ୍ତି । ହିନ୍ଦୁ, ବୌଦ୍ଧ , ମୁସଲିମ୍ ଓ ଈସାଇ ଆଦି ଧର୍ମର ସଂସ୍ଥାପକ , ତାଙ୍କର ଗ୍ରଂଥ ଆଦିର ସଂଖ୍ୟା , ସୂର୍ଯ୍ୟ ଗ୍ରହଣ ,ଚନ୍ଦ୍ର ଗ୍ରହଣ କାହିଁକି ଓ କେଉଁ କାରଣରୁ ହେଉଛି , ସେ ଏହି ପ୍ରଶ୍ନର ଉତ୍ତର ଚଟାପଟ ଦେଇଥାନ୍ତି । ଆଉ ମଧ୍ୟ ଯେକୌଣସି ବ୍ୟକ୍ତିର ମୋବାଇଲ୍ ନମ୍ବର ଥରେ ପଢିଲେ ବା ଶୁଣିଲେ ପରେ ସେ କେବେ ଭୁଲିନଥାନ୍ତି । ଏନବିଟି ନ୍ୟୁଜ୍ ଯେତେବେଳେ ଋଷିଙ୍କ ପରିବାରର କହିବାନୁସାରେ ଋଷିଙ୍କୁ ପରୀକ୍ଷା କଲେ ତ ସଠିକ୍ ହିଁ ହେଲା । ୫ବର୍ଷିୟ ଋଷି ଯେ , ପ୍ରଖର ସ୍ମୃତିଶକ୍ତିର ଅଧିିକାରୀ ଏକଥା ଜଣାପଡିଲା ।

( ସୌଜନ୍ୟ- ନବଭାରତ ଟାଇମ୍ସ)