ମା’ ନା ରାକ୍ଷସୀ : ମୂଷାମରା ଔଷଧ ଖୁଆଇ ଦେବାରୁ ୫ ବର୍ଷିୟ ପୁଅ ମୃତ

92

କନକ ବ୍ୟୁରୋ : ମାଆ ମୂଷାମରା ଔଷଧ ଖୁଆଇ ଦେବାରୁ ମଙ୍ଗଳବାର ଦିନ ଜଣେ ନାବଳକର ମୃତ୍ୟୁ ଘଟିଛି । ସୋମବାର ଦିନ ମୂଷାମରା ଔଷଧ ଖାଇ ୩୪ ବର୍ଷୀୟ ରିନା ଆୟାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଏବଂ ସେଇ ବିଷ ନିଜ ପାଞ୍ଚ ବର୍ଷିୟ ପୁଅ ହର୍ଷକୁ ମଧ୍ୟ ଖୋଇ ଦେଇଥିଲେ । ଏବେ ରିନା ବିପଦମୁକ୍ତ ଥିବାବେଳେ, ଜୁହୁସ୍ଥିତ କୁପର୍‌ ସହ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ହର୍ଷ ମଙ୍ଗଳବାର ଦିନ ମରି ଯାଇଛି ।

5-year-old-mumbai-boy-dies-after-mother-feeds-him-rat-poison
image courtesy-https://www.newsbytesapp.com

ମୂଷାମରା ଔଷଧ ହର୍ଷର ଲିଭର ଅକାମି କରିଦେବାରୁ ତା’ର ମୃତ୍ୟୁ ଘଟିଲା । ରିନାଙ୍କର ଅବସ୍ଥା ମଧ୍ୟ ସଂକଟଜନକ ରହିଥିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯିବା ବୋଲି ହସ୍‌ପିଟାଲ୍‌ର ସହକାରୀ ମେଡିକାଲ୍‌ ଅଫିସର୍‌ କହିଛନ୍ତି । ସାନ୍ତାକ୍ରୁଜ୍‌ ପୁଲିସ ରିନାଙ୍କ ବିରୋଧରେ ନରହତ୍ୟା ମାମଲା ରୁଜୁ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦାମ୍ପତ୍ୟ କଳହରୁ ଏ ଭଳି ବିୟୋଗାନ୍ତ ଘଟନା ଘଟିଛି । ଜୁହୁ ତାରା ରୋଡ୍‌ ଅନ୍ତର୍ଗତ ଶିବାଜୀ ନଗରରେ ସ୍ୱାମୀ ରାଜେଶଙ୍କ ସହ ସ୍ୱଳ୍ପ ଆୟରେ ଚଳନ୍ତି ରିନା ।

ଘର ଖର୍ଚ ନିମନ୍ତେ ସୋମାବାର ରାତି ସାଢ଼େ ନଅଟା ବେଳେ ଟଙ୍କା ମାଗିଥିଲେ । ୪୦ ବର୍ଷିୟ ରାଜେଶ ଜଣେ ସେଲ୍‌ଫୋନ୍‌ ସର୍ଭିସ ପ୍ରୋଭାଇଡର୍‌ଙ୍କ ପାଖରେ କାମ କରୁଥିଲେ । ସେ ରିନାଙ୍କୁ ଟଙ୍କା ଦେବାକୁ ମନା କରିଦେବାରୁ ଉଭୟଙ୍କ ମଧ୍ୟରେ କଜିଆ ହୋଇଥିଲା । ରାଗରେ ରାତି ପ୍ରାୟ ୧୦.୩୦ରେ ରିନା ସାନ ପୁଅକୁ ଛାଡ଼ି ୫ ବର୍ଷିୟ ବଡ଼ ପୁଅକୁ ଧରି ଘରଛାଡ଼ି ଚାଲିଗଲେ ।ଜୁହୁ ବିଚ୍‌କୁ ଯାଇ ରାତି ପ୍ରାୟ ୧୧ଟା ବେଳେ ସେ ଗୋଟିଏ ଦୋକାନକୁ ଯାଇ ବିଷ କିଣିଥିଲେ । ପ୍ରଥମେ ସେ ନିଜେ ବିଷ ଖାଇ ପରେ ହର୍ଷକୁ ଖୋଇ ଦେଇଥିଲେ ।