ହଷ୍ଟେଲରେ ରହୁଛନ୍ତି କି ? ଯଦି ହଁ ତେବେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଜିନିଷ ଉପରେ ବିଶେଷ ଦ୍ୟାନ ଦେବା ଉଚିତ । ହଷ୍ଟେଲରେ ରହୁଥିବା ଯୁବକ ଓ ଯୁବତୀ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ତେବେ ଏ ନେଇ ଅଧ୍ୟୟନରୁ ଜଣାପଡିଛି ଯଦି ହଷ୍ଟେଲ୍‌ରେ ରହୁଥିବା ଯୁବାମାନେ ନିମ୍ନୋକ୍ତ ୫ଟି କଥା ଉପରେ ଧ୍ୟାନ ରଖନ୍ତି, ତେବେ ସେମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଅକ୍ଷୁର୍ଣ୍ଣ ରହିବ।

୧- ଭୁଲରେ ବି ଅନ୍ୟର ଜିନିଷ ବ୍ୟବହାର କରନ୍ତୁ ନାହିଁ – ଅନ୍ୟର ବ୍ରସ୍‌ ,ଟାେଓ୍ଵଲ୍‌, ସେଭିଙ୍ଗ୍‌ କିଟ୍‌, କପଡ଼ା ଭଳି ଜିନିଷକୁ ଆପଣ କେବେବି ଭୁଲ୍‌ରେ ହେଲେ ବି ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା ବ୍ୟକ୍ତିକୁ ପାର୍ଶ୍ୱ ପ୍ରତିକ୍ରିୟା ବା ଇନଫେକ୍ସ୍ସନ ଜନିତ ସମସ୍ୟାଟି ହୋଇଥାଏ ।

୨- ସଫାସୁତୁରା ରୁହନ୍ତୁ – ଏଥିସହିତ ଆପଣ ନିଜର ଶେଯ ଓ କପଡ଼ା ସଫା ସୁତୁରା ରଖିବା ସହିତ ନିଜର ବ୍ୟକ୍ତିଗତ ହାଇଜିନ୍‌ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ବହୁତ ରୋଗଠାରୁ ମୁକ୍ତି ମିଳିଥାଏ।

୩-ନିଶା ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ – ସାଧାରଣତଃ ହଷ୍ଟେଲ୍‌ ଜୀବନରେ ନିଶା ଜାତୀୟ ଦ୍ରବ୍ୟର ଅଭ୍ୟାସ ପିଲାମାନଙ୍କୁ ବହୁତ ଶୀଘ୍ର ହୋଇଯାଇଥାଏ । ଏହା ଯକୃତ, ତ୍ୱଚା ଏବଂ ପେଟ ସହିତ ଜଡ଼ିତ ଥିବା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଗୁଡ଼ିକୁ ଉତ୍ପନ କରାଏ ।

୪- ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରୁହନ୍ତୁ ନାହିଁ – ସାଧାରଣତଃ ଡ଼େରି ରାତି ଯାଏଁ ପାର୍ଟି,ସୋସିଆଲ୍‌ ମିଡ଼ିଆରେ ଚାଟିଙ୍ଗ୍‌ ବା ଅନ୍ୟ କାରଣକୁ ନେଇ ଅନିଦ୍ରା ରହିବା ମଧ୍ୟ କ୍ଷତିକାରକ ହୋଇପାରେ ।

୫- ଅଧିକ ମାତ୍ରାରେ ଚା’ ପିଅନ୍ତୁ ନାହିଁ – ଅଧିକାଂଶ ହଷ୍ଟେଲ୍‌ରେ ଦେଖାଯାଏ ଯେ ଅଧିକ ସମୟ ପାଠ ପଢିବା ପାଇଁ ହେଉ କି ଅନ୍ୟ କାରଣରୁ ହେଉ ପିଲାମାନେ ଅଧିକ ମାତ୍ରାରେ ଚା’ର ସେବନ କରନ୍ତି । ଯେଉଁ କାରଣକୁ ନେଇ ସେମାନଙ୍କୁ ଏସିଡ଼ିଟି ଏବଂ ଭୋକ ନଲାଗିବା ଭଳି ସମସ୍ୟାଟି ହୋଇଥାଏ ।