କର୍ମ କ୍ଷେତ୍ରରେ ଯୋଗ ଦେବା ପୂର୍ବରୁ . . . . ଧ୍ୟାନ ଦିଅନ୍ତୁ କିଛି ବିଶେଷ ଦିଗ ଉପରେ !

57

ନିଯୁକ୍ତିର ପ୍ରଥମ ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ । ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲା କର୍ମ କ୍ଷେତ୍ରରେ ଯୋଗ ଦେବା ପୂର୍ବରୁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ତେବେ ଜାଣନ୍ତୁ କେଉଁ ଦିଗ ପ୍ରତି ଅଧିକ ଧ୍ୟାନ ଦେବ ?

୧. ଦରମା ସ୍ପଷ୍ଟ କରନ୍ତୁ – ଚାକିରୀରେ ଯୋଗ ଦେବା ପୂର୍ବରୁ ଦରମା ନେଇ ସ୍ପଷ୍ଟ ହୋଇଯାଆନ୍ତୁ । କାରଣ ଏଥିନେଇ ଆପଣ ଭବିଷ୍ୟତରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

୨. ଛୁଟି ବିଷୟରେ କଥା ହୁଅନ୍ତୁ – ନୂଆ ଅଫିସରେ ଯୋଗ ଦେବା ପୂର୍ବରୁ କି କି ସୁବିଧା ମଳିବ ସେ ନେଇ ବସଙ୍କ ସହ କଥା ହୋଇ ସ୍ପଷ୍ଟ ହୁଅନ୍ତୁ ।

୩. ନିଜ ବିଷୟରେ କୁହନ୍ତୁ – ଯଦି ପୁରୁଣା ଚାକିରୀ ଛାଡି ନୂଆ ଚାକିରୀ ଚୟନ କରୁଛନ୍ତି ତେବେ ପୁରୁଣା ଚାକିରୀରେ ଆପଣଙ୍କ ଦକ୍ଷତା ବିଷୟରେ ବସ୍ ଙ୍କୁ କୁହନ୍ତୁ । ଭବିଷ୍ୟତରେ ପଦୋନ୍ନତିର ସମ୍ଭାବନା ବଢିପାରେ ।

୪. ସ୍ପଷ୍ଟ ହୁଅନ୍ତୁ – ଅଫିସରେ ଯୋଗ ଦେବା ପୂର୍ବରୁ ସ୍ପଷ୍ଟ ହୁଅନ୍ତୁ କେଉଁ ବିଭାMରେ ଆପଣଙ୍କୁ ନିଯୁକ୍ତି ଦିଅଯାଇଛି । ନଚେତ ଆପଣ ଗୋଟିଏ ବିଭାଗରେ ଆବେଦନ କରିଥିବେ, କିନ୍ତୁ ନିଯୁକ୍ତି ପାଇବେ ଅନ୍ୟ ବିଭାଗରେ । ଏହାକୁ ନେଇ ଆପଣ ଅସୁବିଧା ଭୋଗି ପାରନ୍ତି ।

୫. ତାଲିମ ଓ ଶିକ୍ଷାଦାନ – ଅଫର ଲେଟର ପାଇବା ପୂର୍ବରୁ ତାଲିମ ଓ ଶିକ୍ଷା ବିଷୟରେ କଥା ହୁଅନ୍ତୁ । ଏଥିପାଇଁ କମ୍ପାନୀ ଖର୍ଚ୍ଚ ବହନ କରିବ ନା ଆପଣ ଆଗରୁ ବୁଝି ନିଅନ୍ତୁ ।