ସମ୍ବଲପୁର ସହରରେ ଚାଂଚଲ୍ୟ ! ସ୍କୁଲ ଯାଇ ଫେରିଲେନି ୫ ଛାତ୍ର

31

କନକ ବ୍ୟୁରୋ: ସମ୍ବଲପୁର ସହରର ଧନୁପାଲୀ ଅଂଚଳରେ ଘରୁ ସ୍କୁଲ ଯିବା ବାଟରେ ୫ ଜଣ ପିଲା ନିଖୋଜ ହୋଇଯାଇଥିବାର ଅଭିଯୋଗ ହୋଇଛି । ସମ୍ବଲପୁର ସହରର ପିଡବ୍ୟୁଲଡି କଲୋନୀର ୫ ଜଣ ସାଂଗ ମଂଗଳବାର ଜିଲା ହାଇସ୍କୁଲକୁ ପାଠ ପଢିବାକୁ ଯାଇଥିଲେ । ତେବେ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ । ପରେ ଅଭିଭାବକମାନେ ଧନୁପାଲି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।