ପ୍ରେମସମ୍ପର୍କ ଆରମ୍ଭ କରିବା ପୂର୍ବରୁ ନିଜକୁ ପଚାରନ୍ତୁ ଏହି ୫ ଟି ପ୍ରଶ୍ନ !

88

କୁହାଯାଏ ପ୍ରେମରେ ଲୋକ ଅନ୍ଧ ହୋଇଯାଆନ୍ତି । ଏହାର ଅର୍ଥ ହେଲା ସବୁ ସାମ୍ନାରେ ଥାଏ ମଧ୍ୟ ଆଗାମୀ ବିପଦକୁ ଦେଖିପାରନ୍ତି ନାହିଁ । ଏହି କାରଣରୁ ହିଁ ପ୍ରେମସମ୍ପର୍କ କମ ସମୟ ଚାଲେ । ଏମିତି ଆପଣଙ୍କ ସହ ନହେଉ ଏଥିପାଇଁ କୌଣସି ସମ୍ପର୍କ ଆରମ୍ଭ ହେବା ପୂର୍ବରୁ ନିଜକୁ ପଚାରନ୍ତୁ ଏହି ୫ ଟି ପ୍ରଶ୍ନ-

୧. କେବେ ବି ୨ ଜଣଙ୍କ ଚିନ୍ତାଧାରା ଆଦୌ ସମାନ ହେବ ନାହିଁ । କିନ୍ତୁ କିଛି ଜରୁରୀ ବିଷୟ ତଥା – ଶିକ୍ଷା, ପରିବାର ଓ ଟଙ୍କା ବିଷୟରେ କ’ଣ ଆପଣଙ୍କ ଚିନ୍ତାଧାରା ଏକ ? ଯଦି ହଁ ତେବ ତେବେ ଆପଣ ଏହି ସମ୍ପର୍କକୁ ଆଗକୁ ବଢାନ୍ତୁ ।

୨. କ’ଣ ଆପଣ ଜଣେ ଜଣକୁ ସମ୍ମାନ କରନ୍ତି ? ସମ୍ପର୍କରେ ଯଦି ଉଭୟ ଉଭୟଙ୍କ ପ୍ରତି ସମ୍ମାନ ନାହିଁ ତେବେ ସେ ସମ୍ପର୍କ ବେଶୀ ଦିନ ଧରି ଚାଲସବ ନାହିଁ ।

୩. କୌଣସି ବି ସମ୍ପର୍କରେ ରାଗରୁଷା ଚାଲିଥାଏ । କିନ୍ତୁ ସବୁଠାରୁ ଜରୁରୀ ହେଲା ଆପଣ ଜଣେ ଜଣଙ୍କ ସହ କେତେ ସମୟ ଖୁସି ରହୁଛନ୍ତି ? ସମ୍ପର୍କକୁୁ ଆଗକୁ ବଢାଇବା ପୂର୍ବରୁ ଏହି ସବୁ ପ୍ରଶ୍ନ ନିଜକୁ ପଚାରନ୍ତୁ ।

୪. ଯିଦ ଆପଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହୁଁଛନ୍ତି ତେବେ ଏହା ଜାଣିବା ଜରୁରୀ ଆପଣ ଜଣେ ଜଣଙ୍କ ପରିବାର ସଦସ୍ୟକୁ କେତେ ଜାଣିଛନ୍ତି ? କାରଣ ବିବାହ ଦୁଇ ଜଣଙ୍କ ମଧ୍ୟରେ ନୁହଁ ପରିବାର ପରିବାର ମଧ୍ୟରେ ହୋଇଥାଏ ।

୫. ପ୍ରକୃତ ପ୍ରେମୀକୁ ଚିହ୍ନିବେ କିପରି । ଆପଣ ଯେମିତି ଅଛନ୍ତି ଯଦି ସେ ସେମିତି ଆପଣଙ୍କୁ ପସନ୍ଦ କରୁଛନ୍ତି ତେବେ ସେ ଆପଣଙ୍କର ପ୍ରକୃତ ସାଥୀ ।