ଭାରତ ଫେରିଲେ ଦୁବାଇରେ ଫସିରହିଥିବା ୫ ଓଡିଆ : ଆଉ କିଛି ସମୟ ପରେ ପହଂଚିବେ ଭୁବନେଶ୍ୱରରେ

36

କନକ ବ୍ୟୁରୋ : ମିଳିଲା ମୁକ୍ତିର ଆନନ୍ଦ । ଘରକୁ ଫେରୁଛନ୍ତି ଦୁବାଇରେ ଫସିଥିବା ୫ ଓଡ଼ିଆ । ଆଜି ସକାଳ ୯ଟା୧୫ରେ ଭୁବନେଶ୍ୱରରେ ପହଂଚିବାର ସମ୍ବାବନା ରହିଛି । ଗତ ସଂଧ୍ୟାରେ ସମସ୍ତେ ଦୁବାଇରୁ ବିମାନରେ ଯାତ୍ରା ଆରମ୍ଭ କରଥିଲେ । ପରେ ଦିଲ୍ଲୀରୁ ଓଡିଶା ପାଇଁ ଯାତ୍ରା କରିଥିଲେ ।

କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଦୁବାଇରେ ଥିବା ପ୍ରବାସୀ ଓଡିଆ ସଂଗଠନ ସେମାନଙ୍କୁ ଘରକୁ ଫେରାଇବା ନେଇ ତତ୍ପରତା ଦେଖାଇଥିଲେ । ଓଡିଶା ଫେରିବାକୁ ଆବଶ୍ୟକ ଟିକେଟର ବନ୍ଦୋବସ୍ତ କରିଥିଲେ । ଏହାପରେ ଦୁବାଇରେ ଫସିଥିବା ଓଡିଆଙ୍କ ଘରକୁ ଫେରିବା ବାଟ ଫିଟିଥିଲା । କାମ କରିବାକୁ ଯାଇ ଦୁବାଇରେ ଫସିଥିଲେ ଗଂଜାମ ଜିଲ୍ଲା ଖଲିକୋଟ ଓ ଖୋର୍ଦ୍ଧା ଅଂଚଳର ୫ଜଣ ଓଡିଆ ।

କାମ କରୁଥିବା କମ୍ପାନୀ କର୍ତୃପକ୍ଷ ସେମାନଙ୍କ ଦରମା ଟଂକା ନଦେବା ସହ ପାସପୋର୍ଟ ନେଇଯାଇଥିଲେ । ଏହାପରେ ଭୋକ ଉପାସରେ ଦିନ କାଟୁଥିଲେ ଓଡିଆ ଯୁବକ। ତେବେ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସହାୟତାର ହାତ ବଢ଼ାଇଥିଲେ ପ୍ରବାସୀ ଓଡିଆ । ଦୁବାଇରେ ଥିବା ପ୍ରବାସୀ ଓଡିଆ ମାନେ ଏହି ଓଡ଼ିଆ ଯୁବକଙ୍କ ଫେରିବାର ବ୍ୟବସ୍ଥା କରିଥିଲେ । ଭାରତ ଫେରିବା ପାଇଁ ଯୁବକମାନଙ୍କ ଟିକେଟ ଖର୍ଚ୍ଚ ବହନ କରିବା ସହ ଫେରିବାର ବନ୍ଦୋବସ୍ତ କରିିଥିଲେ । ଏବେ ସରିଛି ଅପେକ୍ଷା । ଘରକୁ ଫେରୁଛନ୍ତି ଓଡିଆ ।