ରାଜ୍ୟସଭାରେ ୫ଟି ଭାଷାକୁ ମାନ୍ୟତା ! ଏଣିକି ରାଜ୍ୟସଭାରେ ସାଂସଦମାନେ ସାନ୍ତାଳୀ ଭାଷାରେ କରିପାରିବେ ଆଲୋଚନା ।

135

ରାଜ୍ୟସଭାରେ ୫ଟି ଭାଷାକୁ ମାନ୍ୟତା ମିଳିଛି । ସାନ୍ତାଳୀ ସହ ଡୋଗ୍ରୀ, କାଶ୍ମୀରୀ, କୋଙ୍କଣୀ ଓ ସିନ୍ଧିକୁ ମାନ୍ୟତା ମିଳିଛି । ବର୍ତ୍ତମାନ ରାଜ୍ୟସଭାରେ ମୋଟ ମାନ୍ୟତା ପ୍ରାପ୍ତ ଭାଷା ୨୨କୁ ବୃଦ୍ଧି ପାଇଛି । ରାଜ୍ୟସଭା ସେକ୍ରେଟାରୀଏଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଏହି ସୁଚନା ଦେଇଛନ୍ତି । ରାଜ୍ୟସଭା ସେକ୍ରେଟାରୀଏଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଏଣିକି ସାଂସଦମାନେ ରାଜ୍ୟସଭାରେ ଆଉ ୫ଟି ଭାଷାରେ ଆଲୋଚନା କରିପାରିବେ । ସେଥି ମଧ୍ୟରୁ ଓଡିଶାର କିଛି ଅଞ୍ଚଳରେ କୁହାଯାଉଥିବା ସାନ୍ତାଳୀ ଭାଷା, କାଶ୍ମୀରୀ, ଡୋଗ୍ରୀ, କୋଙ୍କଣୀ ଓ ସିନ୍ଧି ଭାଷାକୁ ମାନ୍ୟତା ପ୍ରଦାନ କରିଛନ୍ତି ରାଜ୍ୟସଭା ସେକ୍ରେଟାରୀଏଟ ।

ତେବେ ଏହି ସବୁ ଭାଷା ଆସନ୍ତା ଜୁଲାଇ ୧୮ରୁ ଆରମ୍ଭ ହେବାକୁଥିବା ସଂସଦୀୟ ଅଧିବେଶନରେ ଉପସ୍ଥାପିତ କରାଯିବ । ତେବେ ମୋଟ ୨୨ଟି ଭାଷାରେ ସାଂସଦ ମାନେ ରାଜ୍ୟ ସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ଆଲୋଚନା କରିପାରିବେ ବୋଲି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ କହିଛନ୍ତି । ରାଜ୍ୟସଭାରେ ପୂର୍ବରୁ ୧୨ଟି ପ୍ରମୂଖ ଭାଷା ଯଥା, ଆସାମୀ, ବେଙ୍ଗଲୀ, ଗୁଜୁରାଟୀ, ହିନ୍ଦୀ, କନ୍ନଡା, ମାଲାୟାଲମ, ମରାଠୀ, ଓଡିଆ , ପଞ୍ଜାବୀ, ତେଲୁଗୁ ଓ ଉର୍ଦ୍ଦୁ ଭାଷାକୁ ମାନ୍ୟତା ପ୍ରଦାନ କରାଯାଇ ଆଲୋଚନା କରାଯାଉଛି । ସେହିଭଳି ଲୋକସଭାରେ ବୋଡ, ମୈଥିଲୀ, ମଣିପୁରୀ, ମରାଠୀ ଏବଂ ନେପାଳୀ ଭାଷାରେ ମଧ୍ୟ ଲୋକସଭାରେ ସାଂସଦମାନେ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରାଯାଉଛି । ଏବେ ଅଧିକ ୫ଟି ଭାଷାକୁ ରାଜ୍ୟସଭାରେ ଆଲୋଚନା କରିବା ପାଇଁ ସାଂସଦମାନଙ୍କୁ ସୁଯୋଗ ପ୍ରଦାନ କରିବା ହେବ ବୋଲି ସୁଚନା ମିଳିଛି ।