୫ଟି ରାଜ୍ୟର ନୂଆ ରାଜ୍ୟପାଳ ନିଯୁକ୍ତ : ବନୱାରିଲାଲ ପୁରୋହିତଙ୍କୁ ତାମିଲନାଡୁ ଓ ସତ୍ୟପାଲ ମଲ୍ଲିକଙ୍କୁ ବିହାର ଦାୟୀତ୍ୱ ଦେଲେ ରାଷ୍ଟ୍ରପତି

30

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ୫ ଜଣ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି କରିଛନ୍ତି । ଆସାମ , ତାମିଲନାଡୁ , ବିହାର , ଅରୁଣାଂଚଳ ପ୍ରଦେଶ ଓ ମେଘାଳୟର ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି ।

୫ଟି ରାଜ୍ୟର ନୂଆ ରାଜ୍ୟପାଳ ବ୍ରିଗେଡିୟର ବି.ଡି ମିଶ୍ର ଅରୁଣାଚଳ ପ୍ରଦେଶର ରାଜ୍ୟପାଳ , ଜଗଦୀଶ ମୁଖୀ ହେଲେ ଆସାମ ରାଜ୍ୟପାଳ , ସତ୍ୟପାଲ ମଲ୍ଲିକ୍ ହେଲେ ବିହାର ରାଜ୍ୟପାଳ , ଗଙ୍ଗା ପ୍ରସାଦ ମେଘାଳୟ ରାଜ୍ୟପାଳ, ଦେବେନ୍ଦ୍ର ଯୋଶୀ ଆଣ୍ଡାମାନ-ନିକୋବର ଉପଜିଲ୍ଲାପାଳ ଓ ବନୱାରୀଲାଲ ପୁରୋହିତ ତାମିଲନାଡୁ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ।