ଭାରତର ୫ଟି ବିଳାସପୂର୍ଣ୍ଣ ଟ୍ରେନ୍ : ଯାତ୍ରା କରିବା ପାଇଁ ସାଧାରଣ ଲୋକଙ୍କୁ ନେବାକୁ ପଡ଼ିବ ଋଣ

49

ଟ୍ରେନରେ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଯାତ୍ରା କରିବା ସହ ଏହାର ସୁବିଧା କଥା ଆପଣ ଜାଣିଥିବେ । କିନ୍ତୁ କେବେ ଭାରତର ଲକଜୁରୀ ଟ୍ରେନରେ ଯାଇଛନ୍ତି । ଯଦି ଏହି ଫାଇଭ୍ ଷ୍ଟାର୍ ଟ୍ରେନରେ ଯାତ୍ରା କରି ନାହାଁନ୍ତି ତେବେ ସେ ବିଷୟରେ ଥରେ ଜାଣି ନିଅନ୍ତୁ । କିନ୍ତୁ ଏହି ଟ୍ରେନରେ ଯାତ୍ରା କରିବାକୁ ହେଲେ ଆପଣଙ୍କୁ ଲୋନ୍ ନେବାକୁ ପଡିବ । ଏବେ ଜାଣନ୍ତୁ ଏହି ଦାମୀ ଟ୍ରେନ୍ ବିଷୟରେ ।

ପ୍ୟାଲେସ୍ ଅନ୍ ହ୍ୱିଲ୍ସ :
palace-on-wheels_050117045833୨୬ ଜାନୁଆରୀ ୧୯୮୨ରେ ଯେଉଁ ପ୍ରଥମ ଲଗଜୁରୀ ଟ୍ରେନ୍ ଦିଲ୍ଲୀରୁ ଆରମ୍ଭ ହୋଇଥିଲା ତାହା ଥିଲା ପ୍ୟାଲେସ୍ ଅନ୍ ହ୍ୱିଲ୍ସ । ସେହି ସମୟରେ ଲଗଜୁରୀ ଟ୍ରେନ୍ ଭାବରେ କେବଳ ଏହି ଗୋଟିଏ ଟ୍ରେନ୍ ହିଁ ବିଦେଶୀ ପର୍ଯ୍ୟଟକଙ୍କୁ ଖୁବ୍ ପସନ୍ଦ ଆସୁଥିଲା । ୨୩ଟି କୋଚ୍ ବିଶିଷ୍ଟ ଏହି ଟ୍ରେନରେ ୧୪ଟି ସେଲନ୍ , ଗୋଟିଏ ସ୍ପା, ମହାରାଜା – ମହାରାଣୀ ନାଁରେ ଦୁଇଟି ରେଷ୍ଟୁରାଂଟ୍ ଏବଂ ଏକ ରିସେପସନ୍ କମ୍ ବାର୍ କୋଚ୍ ଅଛି । ଏହି ଟ୍ରେନ୍ ସାତ ଦିନ ମଧ୍ୟରେ ପର୍ଯ୍ୟଟକ ମାନଙ୍କୁ ରାଜସ୍ଥାନର ପ୍ରମୁଖ ପର୍ଯ୍ୟଟନ ଏବଂ ଐତିହାସିକ ସ୍ଥାନ ସହ ବିଶ୍ୱ ପ୍ରସିଦ୍ଧ ଆଗ୍ରାର ତାଜମହଲ ପର୍ଯ୍ୟନ୍ତ ବୁଲାଇଥାଏ । ଏହାର ଟିକେଟ୍ ମୂଲ୍ୟ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ୩ଲକ୍ଷ ୬୩ ହଜାର ରହିବା ବେଳେ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଥାଏ ୨ଲକ୍ଷ ୭୩ହଜାର ଟଙ୍କା ।

ମହାରାଜା ଏକ୍ସପ୍ରେସ୍ :
maharajas-expressଯାତ୍ରୀ ମାନଙ୍କ ପାଇଁ ମହାରାଜା ଏକ୍ସପ୍ରେସରେ ୧୪ଟି କାବିନ୍ ରହିଛି । ସେଥି ମଧ୍ୟରୁ ୫ଟି ଡିଲକ୍ସ କାବିନ୍ , ୬ଟି ଜୁନିୟର୍ ସୁଟ୍ , ୨ଟି ସାଧାରଣ ସୁଟ୍ ଏବଂ ଗୋଟିଏ ମେଜୋଷ୍ଟିକ୍ ପ୍ରେସିଡେନ୍ସିଆଲ୍ ସୁଟ୍ ରହିଛି । ଏହା ସହ ରହିଛି ମୟୁର୍ ମହଲ୍ ଏବଂ ରଙ୍ଗ୍ ମହଲ୍ ନାମକ ଦୁଇଟି ରେଷ୍ଟୁରାଂଟ୍ ଏବଂ ବାର୍ । ଏହା ବ୍ୟତୀତ ସବୁ କାବିନରେ ଫୋନ୍ , ଇଂଟରନେଟ୍ ଏବଂ ଅନ୍ୟ ସୁବିଧା ମଧ୍ୟ ରହିଛି । ୨୩ଟି ବଗି ଥିବା ଏହି ଟ୍ରେନରେ ୮୮ଜଣ ଯାତ୍ରୀ ଯାତ୍ରା କରିବାର ସୁବିଧା ରହିଛି । ଏହି ଟ୍ରେନର ଟିକେଟ୍ ଦାମ ୧ଲକ୍ଷ ୯୩ ହଜାରରୁ ଆରମ୍ଭ ହୋଇ ୧୫ଲକ୍ଷ ୭୫ ହଜାର ଯାଏଁ ରହିଛି ।

ଡେକ୍କନ୍ ଓଡିଶୀ :
deccan-odysseyଦୀର୍ଘ ଦିନର ଚେଷ୍ଟା ପରେ ଏହି ଟ୍ରେନର ଆରମ୍ଭ ୧୬ ଜାନୁଆରୀ ୨୦୦୪ରେ ଆରମ୍ଭ ହୋଇଥିଲା । ଏହି ଟ୍ରେନ୍ ମହାରାଷ୍ଟର ସ୍ୱତନ୍ତ୍ର ସ୍ଥାନ ମୁମ୍ବାଇ, ସିନ୍ଧୁଦୁର୍ଗ , ଗୋଆ, କୋହ୍ଲାପୁର, ଦୌଲତାବାଦ, ଚନ୍ଦ୍ରପୁର, ଅଜନ୍ତା ଗୁମ୍ଫା ଏବଂ ନାସିକ୍ ଯାଇଥାଏ । ପ୍ରତ୍ୟେକ ଷ୍ଟେସନ୍ କିମ୍ବା ଷ୍ଟପେଜ୍ ଏକ ଖାସ୍ ପର୍ଯ୍ୟଟନ ସ୍ଥଳି ହୋଇଥାଏ ।ଏହି ଟ୍ରେନରେ ସମୁଦାୟ ୨୧ଟି କୋଚ୍ ରହିଛି । ସେଥି ମଧ୍ୟରୁ ୧୧ଟି ଡବା ଯାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଅନ୍ୟ ଡବା ମାନଙ୍କରେ ରହିଛି ଡାଇନିଙ୍ଗ୍, ଲଜ୍ , କନଫରେନ୍ସ ଏବଂ ସ୍ପା ।

ଏହା ବାଦ୍ ଏହି ଟ୍ରେନର ଆଉ ଏକ ଖାସ୍ କଥା ହେଉଛି ପ୍ରତ୍ୟେକ ଡବାରେ ଦେଖିବାକୁ ମିଳିବ ମହାରାଷ୍ଟ୍ରର ପୁରାତନ ସଂସ୍କୃତିର ଝଲକ । ଏହାର ଇଂଟେରିୟର୍ ଅତ୍ୟନ୍ତ ଦାମୀ ଏବଂ ଦୁର୍ଲଭ । ଏହା ସହ ପ୍ରତି କୋଚରେ ରହିଛି ଇଂଟରନେଟ୍ ସୁବିଧା । ଟ୍ରେନର ଟିକେଟ୍ ଦାମ୍ ରହିିଛି ୩ ଲକ୍ଷ ୭୧ହଜାରରୁ ୮ଲକ୍ଷ ୫ହଜାର ।

ରୟଲ୍ ରାଜସ୍ଥାନ ଅନ୍ ହ୍ୱିଲସ :
royal rajasthanଟ୍ରେନରେ ଭାରତୀୟ ଏବଂ ଇଂଟରନାସନାଲ୍ ବ୍ରାଣ୍ଡର ସ୍ପ୍ରାଇଟ୍ସ ଏବଂ ୱାଇନର ସୁବିଧା ରହିଛି । ଏଥିରେ ଯାତ୍ରୀ ମାନଙ୍କୁ ଭାରତୀୟ ଖାଦ୍ୟ ସହ ୟୁରୋପୀୟ , ଚାଇନିଜ୍ ଏବଂ କଣ୍ଟିନେଣ୍ଟାଲ୍ ଖାଦ୍ୟ ଦିଆଯାଏ । ରୟଲ୍ ରାଜସ୍ଥାନ ଅନ୍ ହ୍ୱିଲସକୁ ୨୦୦୯ରେ ଲଂଚ୍ କରାଯାଇଥିଲା । ଏହି ଟ୍ରେନର ଟିକେଟ୍ ମୂଲ୍ୟ ୩ଲକ୍ଷ ୭୮ ହଜାର ରୁ ୭ ଲକ୍ଷ ୫୬ ହଜାର ଯାଏଁ ରହିଛି ।

ଗୋଲଡେନ୍ ଚାରିଅଟ୍ :
the-trainଏହା ଦକ୍ଷିଣ ଭାରତର ଲଗଜୁରୀ ଟ୍ରେନ୍ । ଏହି ଟ୍ରେନର ପ୍ରତି କୋଚର ନାଁ କୌଣସି ନା କୌଣସି ରିୟାସତ୍ ନାଁରେ ରଖାଯାଇଛି । ଏହା ସହ ଟ୍ରେନର ରହିଛି ଦୁଇଟି ରେଷ୍ଟୁରାଂଟ୍ , ଗୋଟିଏ ବାର୍ , ଜିମ୍ ଏବଂ କନଫେରେନ୍ସ ସୁବିଧା । ଟ୍ରେନର ଭଡା ଭାରତୀୟଙ୍କ ପାଇଁ ରହିଛି ୧ ଲକ୍ଷ ୬୨ହଜାର ଏବଂ ବିଦେଶୀଙ୍କ ପାଇଁ ୨ଲକ୍ଷ ୮୫ହଜାର ।