ସୁଙ୍କି ବିସ୍ପୋରଣ ପଛରେ କିଏ ! ବିସ୍ପୋରଣ ଘଟଣାର କାରଣ ଖୋଜିବାକୁ କଟକରୁ ବାହାରିଲା କ୍ରାଇମବ୍ରାଂଚର ୫ ଜଣିଆ ଟିମ୍

24

କନକ ବ୍ୟୁରୋ : ବିସ୍ପୋରଣ ଘଟଣାର କାରଣ ଖୋଜିବାକୁ କଟକରୁ ବାହାରିଲା କ୍ରାଇମବ୍ରାଂଚର ୫ ଜଣିଆ ଟିମ୍ । ଆଜି କଟକରୁ ସୁଙ୍କି ଅଭିମୁଖେ ଯାତ୍ରା କରିଛି କ୍ରାଇମବ୍ରାଂଚର ଏହି ୫ ଜଣିଆ ଟିମ୍ । ଘଟଣାସ୍ଥଳକୁ ଯାଇ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ଘଟଣାର ଯାଂଚ୍ କରିବ ଏହି ଦଳ । କେଉଁ ପରିସ୍ଥିତିରେ କିପରି ଘଟିଲା ବିସ୍ଫୋରଣ ତାହାର ଛାନଭିନ କରିବ ତଦନ୍ତକାରୀ ଦଳ । ଏହା ସହ ପ୍ରତ୍ୟକ୍ଷଦର୍ଶୀ ଓ ବର୍ତିଯାଇଥିବା ପୁଲିସଙ୍କ ବୟାନ ରେକର୍ଡ କରାଯିବ ।