ବିଶ୍ୱର ୫ଟି ଦେଶ, ଯେଉଁଠି କର୍ମଚାରୀଙ୍କୁ ମିଳେ ଅଧିକ ଦରମା

47

ଦରମା ନେଇ ପ୍ରାୟ ଲୋକ ଅସନ୍ତୁଷ୍ଟ ଥାଆନ୍ତି । ଆମ ଦେଶ ଭାରତରେ ଲୋକେ ଯେତିକି ପରିଶ୍ରମ କରନ୍ତି , ସେତିକି ପାରିଶ୍ରମିକ ପାଇ ପାଆନ୍ତି ନାହିଁ । ଏମିତି ଲୋକ ବୋଧେ ନଥିବେ ଯିଏ ଅଧିକ ଦରମା ପାଇବା ପାଇଁ ନଚାହେଁ । ଯେଉଁମାନେ ଚାକିରୀ କରନ୍ତି ସମସ୍ତେ ଚାହାଁନ୍ତି କିପରି ଆମକୁ ଅଧିକ ଦରମା ମିଳୁ । ସମସ୍ତ ଭଲ ପ୍ୟାକେଜ ପାଇବା ପାଇଁ ଇଚ୍ଛା ପ୍ରକାଶ କରନ୍ତି । ଆପଣ ବି ଅଧିକ ଦରମା ପାଇବା ପାଇଁ ଚାହୁଁଥିବେ । ତେବେ ଆସନ୍ତୁ ଜାଣିବା ବିଶ୍ୱର କିଛି ଏପରି ଦେଶ ବିଷୟରେ ଯେଉଁଠି କର୍ମଚାରୀଙ୍କୁ ଅଧିକ ଦରମା ମିଳେ ।

ଆମେରିକାର ଶକ୍ତି ବିଷୟରେ ସମସ୍ତଙ୍କୁ ଜଣା । ଆମେରିକା କେବଳ ଏକ ଶକ୍ତିଶାଳୀ ଦେଶ ନୁହେଁ, କର୍ମଚାରୀଙ୍କୁ ଅଧିକ ଦରମା ଦେଉଥିବା ଦେଶଙ୍କ ମଧ୍ୟରେ ସବୁଠାରୁ ଶୀର୍ଷରେ ଅଛି ଆମେରିକା । ଆକେରିକାରେ ୩୧.୬ ପ୍ରତିଶତ ଟିକସ ଦେବା ପରେ ଜଣେ ବିକ୍ତି ଗୋଟିଏ ବର୍ଷରେ ପାଖାପାଖି ୪୧,୩୩୫ ଡଲାର ଦରମା ପାଏ ।

ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି ଲକ୍ସିମବର୍ଗ ଦେଶ । ଏହି ଦେଶ ବିଷୟରେ ଲୋକେ ଅଧିକ ଜାଣିନଥିବେ । ଲକ୍ସିମବର୍ଗ ପୁରା ୟୁରୋପରେ ଆର୍ଥକ କେନ୍ଦ୍ର ରୂପେ ପରିଚିତ । ଏହି ଦେଶରେ ଜଣେ ବ୍ୟକ୍ତି ଗୋଟି ବର୍ଷରେ ୩୮,୯୫୧ ଡଲାର ଦରମା ପାଆନ୍ତି । ଏହି ଦେଶରେ ମୂଳ ଦରମାରୁ ୩୭.୭ ପ୍ରତିଶିତ ଟିକସ କାଟି କର୍ମଚାରୀଙ୍କୁ ଦରମା ଦିଆଯାଏ ।

ନରୱେକୁ ଦୁନିଆର ସବୁଠାରୁ ଧନୀ ଦେଶ ମାନଙ୍କ ମଧ୍ୟରେ ଏକ କୁହାଯାଏ । ଏହାର କାରଣ ହେଲା ଏହି ଦେଶରେ ଭରି ରହିଛି ପ୍ରାକୃତିକ ଉତ୍ସ । ନରୱେରେ ତେଲ, ମାଛଧରା, ହାଇଡ୍ରୋପାୱାର ଓ ଖଣିଜ ଦବ୍ର୍ୟ ଅଧିକ ପରିମାଣରେ ମିଳେ । ନରୱେରେ ଲୋକଙ୍କୁ ଯେଉଁ ଦରମା ମିଳେ ତାହାର ୩୭ ପ୍ରତିଶତ ଟାକ୍ସ କାଟି ନିଆଯାଏ । ଏହା ପରେ ମଧ୍ୟ ବର୍ଷକୁ ସେମାନଙ୍କୁ ପ୍ରାୟ ୩୩,୪୯୨ ଡଲାର ଦରମା ମିଳେ ।

ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଆସୁଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ତେଲ ଓ ଖଣିଜ ପଦାର୍ଥ ଉତ୍ପାଦନ ପାଇଁ ପ୍ରସିଦ୍ଧ । ଏହି ଦେଶରେ ବର୍ଷକୁ ଜଣେ ବ୍ୟକ୍ତିଙ୍କୁ ୩୧,୫୮୮ ଡଲାର ଦରମା ମିଳେ । ମୂଳ ଦରମାରୁ ୨୭,୭ ପ୍ରତିଶତ କାଟିବା ପରେ କର୍ମଚାରୀଙ୍କୁ ଏହି ଦରମା ପ୍ରଦାନ କରାଯାଏ ।