ପାଂଚଟି ସାଧାରଣ ଭୁଲ୍ ! ଯାହା ବଢାଇପାରେ ଆପଣଙ୍କ ଓଜନ

54

ଓଜନ କମ୍ କରିବାକୁ ହେଲେ ଧର୍ଯ୍ୟ ଏବଂ ସମୟ ନିହାତି ଆବଶ୍ୟକ । ତେବେ ଓଜନ କମାଇବା ସମୟରେ ଆମେ ଅଜାଣତରେ ଏମିତି କିଛି ଭୁଲ୍ କରିଦେଉ ଯାହା ଫଳରେ ଶତ ଚେଷ୍ଟା ପରେ ବି ଓଜନ ନିୟନ୍ତ୍ରଣରେ ରହି ନଥାଏ । ତେବେ ଜାଣନ୍ତୁ କଣ ସେହି ପାଂଚଟି ଭୁଲ୍ ଯାହା ଆମକୁ ଓଜନ କମାଇବାରେ ପ୍ରତିବନ୍ଧକ ହୋଇଥାଏ ।
• ଯଦି ଆପଣ ସକାଳ ଖାଦ୍ୟ ଖାଉନାହାଁନ୍ତି ତେବେ ଏହା ଆପଣଙ୍କ ଓଜନ କମ୍ କରିବା ମିଶନରେ ବଡ ବାଧା ସୃଷ୍ଟି କରିପାରେ । ତେଣୁ ଓଜନ କମ୍ କରିବାକୁ ଚାହୁଁଥିଲେ ସକାଳ ଖାଦ୍ୟ ଭଲ ଭାବରେ ଖାଆନ୍ତୁ । କାରଣ ଏଥିରୁ ମିଳୁଥିବା କ୍ୟାଲୋରୀ ଦିନ ସାରା ଶରୀରରେ ରହିଥାଏ ।

• ଖାଦ୍ୟରେ ଅନିୟମିତତା ଓଜନ୍ କମ୍ କରିବାରେ ପ୍ରତିବନ୍ଧକ ହୋଇଥାଏ । ଯଦି ସକାଳେ ଖାଦ୍ୟ ଖାଇ ମଧ୍ୟାହ୍ନ ଭୋଜନ କରୁନାହାଁନ୍ତି ତେବେ ଓଜନ୍ କମ୍ ହେବ ନାହିଁ । ଯଦି ଭଲ ଭାବରେ ନଖାଇ ବିସ୍କୁଟ୍ ଏବଂ ଅନ୍ୟାନ୍ୟ ସ୍ନାକ୍ସରେ ପେଟ ପୁରାଇବାକୁ ଚେଷ୍ଟା କରୁଛନ୍ତି ତେବେ ବି ଓଜନ ହ୍ରାସ ହେବ ନାହିଁ ।

• ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯଦି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ ।

• ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନୁସାରେ ବେଶୀ ମିଠା ଖାଇଲେ ମଧ୍ୟ ଓଜନ୍ ହ୍ରାସରେ ବାଧା ଉପୁଜାଇଥାଏ । ରାତି ଭୋଜନ ପରେ ଆଦୌ ମିଠା ଖାଆନ୍ତୁ ନାହିଁ ।

• ଯଦି ଆପଣ କୌଣସି ଶାରୀରିକ ପରିଶ୍ରମ କରୁନାହାଁନ୍ତି କିନ୍ତୁ ସନ୍ତୁଳିତ ଡାଏଟ୍ ନେଉଛନ୍ତି ତେବେ ବି ଆପଣଙ୍କ ଓଜନ ହ୍ରାସ ହେବ ନାହିଁ । ତେଣୁ ପ୍ରତିଦିନ କିଛି କିଛି ଶାରୀରିକ ପରିଶ୍ରମ କରନ୍ତୁ ।

ଏହା ସହ ଦେଖନ୍ତୁ ସ୍ୱାସ୍ଥ୍ୟ ପାଇଁ ଗୋମୂତ୍ର ! ଜାଣନ୍ତୁ ଏହାର ଔଷଧୀୟ ଗୁଣ . . କେଉଁ ରୋଗରୁ ଦିଏ ମୁକ୍ତି