ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ପରେ କାର୍ଯ୍ୟାନୁଷ୍ଠାନ ! ଗଞ୍ଜାମର ୫ଶିଶୁ ଶ୍ରମିକ ଫୁଲବାଣୀରୁ ଉଦ୍ଧାର

21

କନକ ବ୍ୟୁରୋ: ଚାଲାଣ ବେଳେ ଷ୍ଟେସନରୁ ଉଦ୍ଧାର ହେଲେ ୫ଜଣ ନାବାଳକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି । ତିନି ଜଣ ବ୍ୟକ୍ତି ସମେତ ପାଂଚ ଜଣ ନାବାଳକଙ୍କୁ ବେଆଇନ ଭାବରେ ବ୍ରହ୍ମପୁରରୁ ସମ୍ବଲପୁର ଯାଉଥିବା ଶିଭମ୍ ବସରୁ ଉଦ୍ଧାର କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଖବର ପାଇବା ପରେ ତୁରନ୍ତ ପଦକ୍ଷେପ ନିଆଯାଇଛି । ଫୁଲବାଣୀ ଟାଉନ୍ ଥାନାର ଏକ ପୁଲିସ ଦଳ ଚାଇଲ୍ଡ ଲାଇନର ସହାୟତାରେ ଫୁଲବାଣୀସ୍ଥିତ ଏଫ. ସିଆଇ ଛକରେ ବସକୁ ଅଟକାଇ ବସରେ ବେଆଇନ ଭାବେ ଚାଲାଣ ହେଉଥିବା ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି ।