ସବୁଠାରୁ ଅଧିକ ଦରମା ଦେଉଥିବା ୫ ଟି କମ୍ପାନୀ ! କାମ କରିବାକୁ ଚାହୁଁଛନ୍ତି କି ?

41

କ୍ୟାରିୟରରେ ଆଗକୁ ବଢିବାକୁ ହେଉ କିମ୍ବା ଚାକିରୀରେ ପ୍ରମୋଶନ୍ କରିବା ହେଉ ସମସ୍ତେ ଚାହାନ୍ତି ଅଧିକରୁ ଅଧିକ ପ୍ୟାକେଜ ତଥା ଦରମାରେ କାମ କରିବାକୁ । କିନ୍ତୁ ଅଧିକ ସମୟରେ ଆମ ସ୍ୱପ୍ନ କେବଳ ସ୍ୱପ୍ନରେ ରହିଯାଏ । କିନ୍ତୁ ଆମେ ଏଠାରେ ଆପଣଙ୍କୁ ଏଭଳି ୫ ଟି କମ୍ପାନୀ ବିଷୟରେ କହିବାକୁ ଯାଉଛୁ ଯାହା ଉଚ୍ଚ ଦରମାକୁ ନେଇ ଚର୍ଚ୍ଚିତ ।

୧. ଗୁଗୁଲ୍ : ଅଧିକ ଦରମା ଦେବାରେ ସର୍ବପ୍ରଥମେ ଗୁଗୁଲ୍ କମ୍ପାନୀର ନାମ ରହିଛି । ଯାହାର ହେଡ୍ ଅଫିସ୍ କ୍ୟାଲିଫର୍ଣ୍ଣିଆର ମାଉଣ୍ଟେନ୍ ବ୍ୟୁ ରେ ରହିଛି । ଗୁଗୁଲର ଇଜିଂନିୟରି ବିଭାଗରେ କାମ କରୁଥିବା ଅଧିକାରୀଙ୍କୁ ମୋଟା ଅଙ୍କର ଦରମା ମିଳିଥାଏ । ଏହି କର୍ମଚାରୀ ମାନଙ୍କୁ ୧.୧୯ କୋଟି ଟଙ୍କା ଦରମା ମିଳିଥାଏ । ଗୁଗୁଲ୍ କର୍ମଚାରୀଙ୍କ କହିବାନୁସାରେ କମ୍ପାନୀ କେବେବି ଦରମାକୁ ନେଇ ପଛଘୁଞ୍ଚା ଦେଇନି ।

୨. ଫେସବୁକ୍ : ସୋସିଆଲ୍ ମିଡିଆ ପ୍ଲାଟଫର୍ମର୍ରେ ନମ୍ବର ୧ ରେ ରହିଥିବା କମ୍ପାନୀ ଫେସବୁକ୍ ଏହି ଲିଷ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହି କମ୍ପାନୀର ପ୍ରଡକ୍ଟ ବିଭାଗରେ ଥିବା କର୍ମଚାରୀଙ୍କୁ ଆକର୍ଷଣୀୟ ପ୍ୟାକେଜ୍ ମିଳେ । ଯାହାଙ୍କ ଦରମା ୧.୧୫ କୋଟି ଟଙ୍କା ଥାଏ । ତେବେ କର୍ମଚାରୀଙ୍କ କହିବା ମତରେ ଭଲ ଦରମା ଦେବା ସାଙ୍ଗକୁ କମ୍ପାନୀ ଅନ୍ୟ ଲାଭକାରୀ ଫାଇଦା ମଧ୍ୟ ଦେଇଥାଏ । ଏହି ପ୍ୟାକେଜ୍ ମାଧ୍ୟମରେ କର୍ମଚାରୀଙ୍କୁ ଭଲ ଦରମା ସହ ବିଭିନ୍ନ ଫାଇଦା ମଧ୍ୟ ମିଳିଥାଏ ।

୩. ସେଲ୍ସଫୋର୍ସ : ଏହା ଏକ କ୍ଲାଉଡ୍ କମ୍ପ୍ୟୁଟିଙ୍ଗ୍ କମ୍ପାନୀ । ସବୁଠାରୁ ଅଧିକ ପେ ଆଉଟ୍ ଦେଉଥିବା କମ୍ପାନୀ ମଧ୍ୟରେ ସେଲ୍ସଫୋର୍ସ ତୃତୀୟ ସ୍ଥାନରେ ରହିଛି । ସେଲ୍ସଫୋର୍ସ ବ୍ୟବସାୟରେ ଡେଭଲପମେଣ୍ଟ ବିଭାଗରେ କର୍ମଚାରୀଙ୍କ ଦରମା ହେଉଛି ୧.୧୩ କୋଟି ଟଙ୍କା । ତେବେ କର୍ମଚାରୀଙ୍କ କହିବାନୁସାରେ ଦରମା ବାବଦକୁ କମ୍ପାନୀକୁ କେବେ କିଛି କହିବାକୁ ପଡିନି । ଠିକ୍ ସମୟରେ ଦରମା ସାଙ୍ଗକୁ ଭଲ ପ୍ରମୋସନ ମଧ୍ୟ ମିଳିଥାଏ ।

୪. ମାଇକ୍ରୋସଫ୍ଟ : ଆମେରିକାର ଟେକ୍ନୋଲଜି କମ୍ପାନୀ ମାଇକ୍ରୋସଫ୍ଟର ପ୍ରଡକ୍ଟ ଡିପାର୍ଟମେଣ୍ଟର କର୍ମଚାରୀଙ୍କ କହିବାନୁସାରେ ସେମାନଙ୍କୁ ୧.୧୨ କୋଟି ଟଙ୍କା ଦରମା ମିଳିଥାଏ । ସଫ୍ଟୱେୟାର,ପିସି ଏବଂ ଭିଡିଓ ଗେମ୍ କନ୍ସୋଲ୍ ପ୍ରସ୍ତୁୁତ କରୁଥିବା ମାଇକ୍ରୋସଫ୍ଟ କମ୍ପାନୀର କର୍ମଚାରୀଙ୍କ କହିବାନୁଯାୟୀ ଏଠରେ କର୍ମଚାରୀ କେତେ ଘଣ୍ଟା କାମ କରୁଛନ୍ତି ଏହାକୁ ନ ଦେଖାଯାଇ କିଭଳି ଆଉଟପୁଟ୍ ଦେଉଛନ୍ତି ଏ ବିଷୟ ଉପରେ ଅଧିକ ଧ୍ୟାନ ଦିଆଯାଏ ।

୫. ନେଟଫ୍ଲିକ୍ସ : ଆମେରିକାନ୍ ମିଡିଆ ସର୍ଭିସ୍ ପ୍ରୋଭାଇଟ୍ କମ୍ପାନୀ (ନେଟଫ୍ଲିକ୍ସ) ର ସ୍ଥାପନା ରିଡ୍ ହେଷ୍ଟିଙ୍ଗସ୍ ଏବଂ ମାର୍ସ ରନଡୋଲ୍ଫ କରିଥିଲେ । ନେଟଫ୍ଲିକ୍ସର ହେଡକ୍ୱାଟର କ୍ୟାଲିଫର୍ଣ୍ଣିଆରେ ରହିଛି ଏବଂ ଏଠାକାର ଇଂଜିନିୟରିଂ କମ୍ପାନୀର କର୍ମକର୍ତ୍ତାଙ୍କ ଦରମା ହେଉଛି ୧.୧୨ କୋଟି ଟଙ୍କା । ଭିଡିଓ ଷ୍ଟ୍ରିମିଙ୍ଗ୍ ସର୍ଭିସ୍ କମ୍ପାନୀ ନେଟଫ୍ଲିକ୍ସ ଭାରତରେ ନିଜ ଅନଲାଇନ୍ ସିରିଜ୍ ପାଇଁ ଲୋକପ୍ରିୟ ହେବାକୁ ଲାଗିଛି । ଏଠାରେ କର୍ମଚାରୀଙ୍କ ଦରମା କାମ ଉପରେ ନିର୍ଭର କରେ ।