ସ୍ୱାସ୍ଥ୍ୟ ପାଇଁ ଉପକାରୀ ଅଟେ ବାସି ରୁଟି : ଫୋପାଡିବା ପୂର୍ବରୁ ଜାଣି ନିଅନ୍ତୁ ଏହି ୫ଟି ଫାଇଦା
ଅଧିକାଂଶ ଲୋକଙ୍କ ଧାରଣା ରହିଛି କି ବାସି ଖାଦ୍ୟ ଖାଇଲେ ଶରୀର ଅସୁସ୍ଥ ହୋଇଥାଏ । ହେଲେ ପ୍ରତ୍ୟେକ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୋଇ ନଥାଏ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଅନ୍ୟ ବାସି ଖାଦ୍ୟ ତୁଳନାରେ ନିୟମିତ ବାସି ରୁଟି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ । ବାସି ରୁଟିକୁ ନ ଫିଙ୍ଗି ଏହାକୁ ଖାଇବା ଉଚିତ । ତେବେ ଅଧିକ ଦିନର ବାସି ରୁଟି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହେଁ । ରାତିରେ ହୋଇଥିବା ରୁଟିକୁ ଆରଦିନ ସକାଳେ ଖାଇନେବା ଭଲ ଅଟେ ।
Kanak News is now on WhatsApp
Join and get latest news updates delivered to you via WhatsApp
• ଉଚ୍ଚ ରକ୍ତଚାପ ରୋଗୀ ସକାଳୁ ଉଠିବା ପରେ ଜଳଖିଆ ଭାବେ ଥଣ୍ଡାକ୍ଷୀର ସହ ୨ ପଟ ବାସି ଗହମ ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ । ଏହା ରକ୍ତଚାପ ନିୟନ୍ତ୍ରଣ କରିବା ସହ ଶରୀରକୁ ମଧ୍ୟ ଶକ୍ତି ଦେଇଥାଏ ।
• ଅମ୍ଳ ରୋଗୀଙ୍କ ପାଇଁ ଏହା ମଧ୍ୟ ଅତ୍ୟନ୍ତ ଉପକାରୀ ହୋଇଥାଏ । ଏହାକୁ କ୍ଷୀର ସହ ନଚେତ୍ କେବଳ ବାସରୁଟିକୁ ଚୋବାଇ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ।
• ବାସୀ ରୁଟିକୁ କ୍ଷୀର ସହ ଖାଇବାଦ୍ୱାରା ଏହା ଶରୀରର ତାପମାନକୁ ନିୟନ୍ତ୍ରଣରେ ରଖିଥାଏ । କାରଣ ଅନେକ ଥର ଅତ୍ୟଧିକ ଗରମ କାରଣରୁ ଆମ ଶରୀରର ତାପମାନ ବୃଦ୍ଧି ପାଇଯାଇଥାଏ । ଯଦି ଏହି ଉପାୟକୁ ପ୍ରୟୋଗ କରାଯାଏ ତେବେ ଏହାଦ୍ୱାରା ଶରୀରର ତାପମାନ ସ୍ଥିର ରହିଥାଏ ।
• ବାସୀ ରୁଟି ଖାଇବାଦ୍ୱାରା ପେଟ ଜନିତ ବିଭିନ୍ନ ସମସ୍ୟାମାନ ମଧ୍ୟ ଦୁର ହୋଇଥାଏ ।
• ସତେଜ ରୁଟି ଅପେକ୍ଷା ବାସି ରୁଟିରେ ଅଧିକ ମାତ୍ରାରେ ଭଲ ବ୍ୟାକ୍ଟେରିଆ ମିଳେ । ଯାହା ସ୍ୱାସ୍ଥ୍ୟ ବନାଇବା ପାଇଁ ବହୁତ ଉପକାରୀ ମାନନ୍ତି । ସେଥିପାଇଁ ବାସି ରୁଟିକୁ ନ ଫୋପାଡି କ୍ଷୀର ସହିତ ଖାଇବା ଆରମ୍ଭ କରନ୍ତୁ ।
ତେବେ ଦିଲ୍ଲୀ ଓ ପଂଜାବର ଲୋକେ ସର୍ବାଧିକ ବାସି ରୁଟି ଖାଉଥିବାର ଏକ ସର୍ବେକ୍ଷଣରୁ ଜଣାପଡିଛି । ଏହି ରୁଟି ଗୋଟିଏ ଦିନରୁ ଅଧିକ ବାସି ହେଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।