୬,୦୦୦ ଟଙ୍କାରୁ କମ୍ ମୂଲ୍ୟରେ ମିଳୁଥିବା ପାଞ୍ଚୋଟି ବ୍ରାଣ୍ଡେଡ୍ ମୋବାଇଲ୍ ଫୋନ୍ ! ନିମ୍ନରେ ଦେଖନ୍ତୁ ଲିଷ୍ଟ୍ ।

1,054

ଯଦି ଆପଣ ବି କମ୍ ଦାମରେ ୪ଜି ସେଟ୍ ଫୋନ୍ କିଣିବାକୁ ଚାହୁଁଛନ୍ତି କିନ୍ତୁ ଜାଣି ପାରୁନାହାନ୍ତି କେଉଁ ସେଟ୍ କିଣିଲେ ଆପଣଙ୍କ ଲାଭ ହେବ ତେବେ ଏହି ରିପୋର୍ଟଟି କେବଳ ଆପଣଙ୍କ ପାଇଁ । ଏହି ରିପୋର୍ଟରେ ଆମେ ଆପଣଙ୍କୁ ଏଭଳି ପାଞ୍ଚୋଟି ବ୍ରାଣ୍ଡେଡ୍ ମୋବାଇଲ୍ ଫୋନ୍ ବିଷୟରେ କହିବାକୁ ଯାଉଛୁ ଯାହାର ଦାମ୍ ୬୦୦୦ ଟଙ୍କାରୁ କମ୍ । ଏହି ତାଲିକାରେ ସାଓମୀ ଏବଂ ସାମସଙ୍ଗ୍ ଫୋନ୍ ଭଳି ବ୍ରାଣ୍ଡେଡ୍ ଫୋନ୍ ରହିଛି ।୧. ରେଡମୀ ୫-ଏ : ଏହି ତାଲିକାରେ ସବୁଠାରୁ ଶସ୍ତା ସାଓମୀ ବ୍ରାଣ୍ଡର ରେଡମୀ ୫-ଏ ଫୋନ୍ ରହିଛି । ଏହି ଫୋନରେ ୨ଜିବି ରାମ୍ ଏବଂ ୧୬ ଜିବି ଷ୍ଟୋରେଜ୍ ରହିଅଛି ଯାହାକୁ ୧୨୮ ଜିବି ପର୍ଯ୍ୟନ୍ତ ବଢାଯାଇପାରିବ । ଏହି ଫୋନରେ ୨ଜିବି ରାମ୍ ଥିବା ଫୋନର ଦାମ୍ ୫,୯୯୯ ରହିଛି । ଫୋନରେ ୧୩ ମେଗାପିକ୍ସେଲର ବ୍ୟାକ୍ ଏବଂ ୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି ।

୨. ୧୦ ଅର୍ ଡି : ଏହି ଫୋନରେ ୫.୨ ଇଞ୍ଚ୍ ଏଚଡି ଡିସପ୍ଲେ ରହିଛି । ଫୋନର ପଛସ୍କ୍ରିନରେ ଫିଙ୍ଗର ପ୍ରିଣ୍ଟ ସ୍କାନରର ସୁବିଧା ରହିଛି । କମ୍ପାନୀ କହିବାନୁସାରେ ଫୋନକୁ କେବଳ ୦.୨ ସେକେଣ୍ଡ ସମୟ ମଧ୍ୟରେ ଅନଲକ୍ କରିହେବ । ଫୋନ୍ରେ ଦୁଇପ୍ରକାର ବେରିୟଣ୍ଟ୍ ସୁବିଧା ରହିଛି । ୨ ଜିବି ଏବଂ ୩ ଜିବି ରାମ୍ ସୁବିଧା ଥିବାବେଳେ ଦାମରେ ୪,୯୯୯ ଏବଂ ୫,୯୯୯ ଟଙ୍କା ରହିଛି । ୩. ମୋଟୋ ସି : ଏହି ଫୋନରେ ୫ ଇଞ୍ଚ୍ ଡିସପ୍ଲେ ଏବଂ ୧ ଜିବି ରାମ୍ ଏବଂ ୮ ଜିବି ଷ୍ଟୋରେଜ୍ ରହିବା ସହ ଫୋନର ବ୍ୟାକରେ ୫ ମେଗାପିକ୍ସେଲ୍ ଏବଂ ଫ୍ରଣ୍ଟରେ ୨ ମେଗାପିକ୍ସେଲର କ୍ୟାମେରା କ୍ୱାଲିଟି ରହିଛି । ଏହି ଫୋନର ଦାମ୍ ୫,୯୯୯ ଟଙ୍କା ।
୪. ଏଲ୍ ଜି କେ୭ଆଇ : ଏହି ଫୋନରେ ୫ ଇଞ୍ଚ୍ ଡିସପ୍ଲେ ୨ ଜିବି ରାମ୍ ଏବଂ ୧୬ ଜିବି ଷ୍ଟୋରେଜ୍ ରହିଛି ଯାହାକୁ ୧୨୮ ଜିବି ପର୍ଯ୍ୟନ୍ତ ବଢାଯାଇ ପାରିବ । ଫୋନରେ ୨୫୦୦ ଏମଏଚ୍ ବ୍ୟାଟେରୀ ରହିଛି । ଯାହାର ଦାମ୍ ୫,୯୯୦ ରହିଛି ।୫. ସାମସଙ୍ଗ୍ ଗାଲାକ୍ସି ଜେ୩ ପ୍ରାଇମ୍ : ଏହି ଫୋନର ଦାମ୍ ୪,୪୯୦ ରହିଛି । ଫୋନରେ ୧.୫ ଜିବି ରାମ୍, ୧୬ ଜିବି ଷ୍ଟୋରେଜ୍ ଏବଂ ୨୬୦୦ ଏମ୍ ଏମ୍ ଏଚର ବ୍ୟାଟେରୀ ରହିଛି ।
ଶସ୍ତାରେ କିଣନ୍ତୁ ଏହି ୫ ଟି ଫୋନ୍!