ଅଭିନେତ୍ରୀ ଶର୍ମିଷ୍ଠାଙ୍କ କାଷ୍ଟିଂ କାଉଚ ଅଭିଯୋଗ ମାମଲା : ଥାନାରେ ହାଜର ହେଲେ ୫ ଫିଲ୍ମ ପ୍ରଯୋଜକ ଓ ନିର୍ଦେଶକ

37

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଭିନେତ୍ରୀ କାଷ୍ଟିଂ କାଉଚ ଅଭିଯୋଗ ମାମଲାରେ ପ୍ରଯୋଜକ ଓ ନିର୍ଦେଶକ ଥାନାରେ ହାଜର ହୋଇଛନ୍ତି । ୧୬୧ ଧାରାରେ ସେମାନଙ୍କ ବୟାନ ରେକର୍ଡ କରାଯାଇଛି । ଥାନାରେ ହାଜର ହୋଇ ନିର୍ଦେଶକ ଚଣ୍ଡୀ ପରିଜା, ତାପସ ସରଘରିଆ, ପ୍ରଯୋଜିକା ବିନି ସାମଲ, ନିହାର ସାମଲ, ପ୍ରଯୋଜକ ସୁବ୍ରତ ଜେନା ଥାନାରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି । ତେବେ ମୁଖ୍ୟ ଅଭିଯୁକ୍ତ ଇଭେଂଟ ମ୍ୟାନେଜର  ବାପି ଜେନା  ଏଯାଏ ମହିଳା ଥାନାକୁ ଆସିନଥିବା ଜଣାପଡିଛି । ଆସନ୍ତା ୨ ଦିନ ଭିତରେ ଯଦି ଇଭେଂଟ ମ୍ୟାନେଜର ବାପୀ ଜେନା ଥାନାରେ ହାଜର ନହୁଅନ୍ତି, ତାଙ୍କ ବିରୋଧରେ ଗିରଫ ବିହୀନ ପରୱାନା ଜାରି ହେବ ବୋଲି କମିସନରେଟ ପୁଲିସ ପକ୍ଷରୁ ସୂଚନା ମିଳିଛି ।