ଆସାମ ଓ ମେଘାଳୟରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୫ ଦଶମିକ ଶୂନ, କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା ସୂଚନା ।

116

କନକ ବ୍ୟୁରୋ : ଆସାମ ଓ ମେଘାଳୟରେ ଭୂକମ୍ପର ଝଟକା । ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଅନୁଭୂତ ହୋଇଥିଲା ଭୂମିକମ୍ପ । ବୋଙ୍ଗାଇଗାଁ ଜିଲ୍ଲାର ଅଭୟପୁରୀ ଠାରୁ ୧୬ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫ ଦଶମିକ ଶୂନ ରହିଛି ।
ଆସାମ, ମେଘାଳୟର କିଛି ଅଂଚଳ ସହ ପଶ୍ଚିମବଙ୍ଗର ଜଲପାଇଗୁଡ଼ି, କୁଚବିହାର, ଆଲିପୁରଦ୍ୱାର ଅଂଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ଏହି କମ୍ପନରେ କ’ଣ କ୍ଷତି ଘଟିଛି, ଆକଳନ କରାଯାଇନାହିଁ ।