ଏଣିକି ମାସର ପ୍ରତି ୪ର୍ଥ ଶନିବାର ସରକାରୀ ଛୁଟି: ସମୟ ବଦଳାଇବା ସହ ଛୁଟି ବଢ଼ାଇଲେ ରାଜ୍ୟ ସରକାର

12,684

କନକ ବ୍ୟୁରୋ: ଅଧିକ ସମୟ ଦିଅ, ଆଉ ଗୋଟେ ଶନିବାର ଛୁଟି ନିଅ । ନୂଆ ସରକାର ଗଢ଼ିବା ପରେ ନୂଆ ନିଷ୍ପତ୍ତି ନେଇଛନ୍ତି ନବୀନ । ଏଣିକି ସବୁ ସରକାରୀ ଅଫିସରଙ୍କୁ ୪ର୍ଥ ଶନିବାର ଛୁଟି ମିଳିବ । ମାସର ପ୍ରତି ୪ର୍ଥ ଶନିବାର ସରକାରୀ ଛୁଟି ରହିବ । ପୂର୍ବରୁ ମାସର ୨ୟ ଶନିବାର ସରକାରୀ ଛୁଟି ମିଳୁଥିବା ବେଳେ ଏଣିକି ୪ର୍ଥ ଶନିବାର ସରକାରୀ କର୍ମଚାରୀ ଛୁଟି ମିଳିବ ।

ଅଫିସ ଟାଇମ ଅଧଘଣ୍ଟା ବଢାଇ ଦେବା ପରେ ୪ର୍ଥ ଶନିବାରକୁ ଛୁଟି ହିସାବରେ ନେଇଛନ୍ତି ସରକାର ତେବେ ୪ର୍ଥ ଶନିବାର ଛୁଟି ଥିଲେ ବି ପୂର୍ବାହ୍ଣରେ ଅଫିସ ଆସିବେ କର୍ମଚାରୀ । କାମ ବାବଦରେ ମାନସ ମନ୍ଥନ କରିବାକୁ ସମସ୍ତେ ପୂର୍ବାହ୍ଣରେ ଆସିବେ ଆଉ ୫ଟି ବାବଦରେ ବିଭାଗୀୟ ଅଧିକାରୀ ପରାମର୍ଶ ଦେବା ପରେ କର୍ମଚାରୀ ପଳାଇବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

ତେବେ ପ୍ରଶାସନିକ ଅଧିକାରୀଙ୍କୁ ଲୋକାଭିମୂଖୀ କରିବାକୁ ଲୋକଙ୍କ ସହ ଜଡିତ ହେବାକୁ ଆଉ ଲୋକଙ୍କ ପ୍ରତିଟି ସମସ୍ୟାର ସମାଧାନ କରିବାକୁ ନୂଆ ସମୟ ନିର୍ଘଣ୍ଟ କରିଛନ୍ତି ରାଜ୍ୟ ସରକାର । ତେଣୁ ଏଣିକି ଅଫିସ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୫.୩୦ରେ ଶେଷ ହେବ । ଆଉ ୟାରି ମଧ୍ୟରେ ଅଧଘଂଟାଏ ଲଂଚ ବ୍ରେକ ରହିଛି । ସାଢେ ଗୋଟାଏରୁ ୨ଟା ଯାଏ ରହିବ କର୍ମଚାରୀଙ୍କ ଲଂଚ ଆୱାର ।