ଆସନ୍ତାକାଲି ୪ର୍ଥ ପର୍ଯ୍ୟାୟ ପଂଚାୟତ ଭୋଟ୍ : ସରିଲା ପ୍ରଚାର,୧୬୨ ଜିଲ୍ଲା ପରିଷଦ ପାଇଁ ହେବ ମତଦାନ

23

କନକ ବ୍ୟୁରୋ : ଆସନ୍ତାକାଲି ହେବାକୁଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିଛି । ଆଉ ଆରମ୍ଭ ହୋଇଛି ଭିତିରି କସରତ । ୪ର୍ଥ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୨ଟି ବ୍ଲକରେ ୧୬୨ଟି ଜିଲ୍ଲା ପରିଷଦ ଜୋନ୍ ଏବଂ ଏହି ପରିସୀମାରେ ଆସୁଥିବା ପଂଚାୟତରେ ମତଦାନ ହେବ ।

ପ୍ରଥମ ୩ଟି ପର୍ଯ୍ୟାୟରେ ବିଜେଡିକୁ ଶକ୍ତ ଧକ୍କା ଲାଗି ଥିବାରୁ ଶାସକ ଦଳର ନେତାମାନେ ବେଶ ତତ୍ପର ହୋଇଯାଇଛନ୍ତି । ଲୋକଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଜୋରଦାର ଉଦ୍ୟମ ହେଉଛି । ଅନ୍ୟପଟେ ବିଜେପିର ଦମ୍ଭ ବଢ଼ିଛି । ପରିବର୍ତନର ଏହି ହାୱାରେ ଶାସକ ଦଳକୁ କେମିତି ପଛରେ ଛାଡ଼ିବ ସେନେଇ ଦଳୀୟ ନେତାମାନେ ଲାଗିପଡ଼ିଛନ୍ତି ।

ଅନ୍ୟପଟେ କଂଗ୍ରେସର ସଂଖ୍ୟା କମୁଥିଲେ ବି ଧିରେ ଧିରେ ବିଜୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ୁଛି । ତେଣୁ ଅବଶିଷ୍ଟ ପର୍ଯ୍ୟାୟ ଗୁଡ଼ିକରେ କେମିତି ଭଲ ଫଳ ପାଇବ ସେଥି ନେଇ ପ୍ରାଣପଣେ ଉଦ୍ୟମ କରୁଛି ।