ପଂଚାୟତ ନିର୍ବାଚନରେ ବୈପାରୀଗୁଡାର ନାୟକଗୁଡା ଗାଁରେ ଦେଖିବାକୁ ମିଳିଥିଲା ଭିନ୍ନ ଚିତ୍ର: ଗଛର ଡାଳ ଓ ପତ୍ରରେ ନିର୍ମାଣ ହୋଇଥିଲାମତଦାନ କକ୍ଷ

28

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ କୋରାପୁଟର ବୈପାରୀଗୁଡାର ନାୟକଗୁଡା ଗ୍ରାମରେ ଦେଖିବାକୁ ମିଳିଥିଲା ଭିନ୍ନ ଚିତ୍ର । ଗଛର ଡାଳ ଓ ପତ୍ରରେ ମତଦାନ କକ୍ଷ ନିର୍ମାଣ କରାଯାଇଥିଲା । ଆଉ ଏହି ମତଦାନ କେନ୍ଦ୍ରରେ ଭୋଟ ଦେଇଥିଲେ ୧୯୦ ଜଣ ଭୋଟର । ଆଶ୍ଚର୍ଯ୍ୟର ବିଷୟ ମାଓ ଅଧ୍ୟୁଷିତ ଭୋଟଦାନ କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା କଥା ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।

ଏହା ସହ ଏହି ମତଦାନ କେନ୍ଦ୍ରକୁ ଅତି ସମ୍ବେଦନଶୀଳ ବୁଥ ବୋଲି ମଧ୍ୟ ଘୋଷଣା କରାଯାଇଥିଲା । କିନ୍ତୁ ବାସ୍ତବରେ ଦୀର୍ଘ ୨୫ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଏଠାରେ ଏଭଳି ଭୋଟଦାନ କେନ୍ଦ୍ର ହୋଇଆସୁଥିବାର ଗ୍ରାମବାସୀ କହିଛନ୍ତି । ଆରପଟେ ମାଓ ଅଧ୍ୟୁଷିତ ଅଂଚଳ ହୋଇଥିବାରୁ ଆତଙ୍କିତ ଅବସ୍ଥାରେ ଭୋଟ ଗ୍ରହଣ କରାଯାଇଥିବା କହିଛନ୍ତି ପୋଲିଂ ଅଧିକାରୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-