ଚତୁର୍ଥ ପର୍ଯ୍ୟାୟ ପଂଚାୟତ ନିର୍ବାଚନ : ରାଜ୍ୟରେ ହାରାହାରି ୭୬ % ମତଦାନ ହୋଇଛି

20

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ହାରାହାରି ୭୬ ପ୍ରତିଶତ ମତଦାନ ହୋଇଛି । ସୋନପୁରରେ ସର୍ବାଧିକ ୮୭ ପ୍ରତିଶତ ଭୋଟ ହୋଇଥିବା ବେଳେ ଗଂଜାମରେ ସର୍ବନିମ୍ନ ୬୫ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଅନ୍ତରଗତ ୪ଟି ବୁଥରେ ଭୋଟଦାନ ବାଧାପ୍ରାପ୍ତ ହୋଇଛି ।

ବାଲଟ ପେପରରେ ତ୍ରୁଟି ଯୋଗୁଁ ଏହି ବୁଥଗୁଡିକରେ ମତଦାନ ହୋଇପାରିନାହିଁ । କେନ୍ଦୁଝର ଜିଲ୍ଲା ବାଂଶପାଳର ଗୋଟିଏ ବୁଥ୍ରେ ମଧ୍ୟ ଆଜି ମତଦାନ ହୋଇପାରିନାହିଁ । ତେବେ ଜିଲ୍ଲାପାଳଙ୍କ ପକ୍ଷରୁ ସବିଶେଷ ତଥ୍ୟ ଆସିବା ପରେ ଏହାସବୁ ସ୍ଥାନରେ ଭୋଟଗ୍ରହଣ ନେଇ ବିହିତ ପଦକ୍ଷେପ ନିଆ ଯିବ ବୋଲି କହିଛନ୍ତି ନିର୍ବାଚନ କମିଶନର । କାଁ ଭାଁ ହିଂସାକାଣ୍ଡ ଘଟିଥିବା ସୂଚନା ମିଳିଥିବା ସେ କହିଛନ୍ତି ।